ବିଜେଡି ଛାଡ଼ିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ
ବିଜେଡି ଛାଡ଼ିଲେ ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ବିଜେଡ଼ି ଛାଡିଛନ୍ତି । ଜ୍ୟୋତିଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡ଼ିଲେ। ।
ସାଧାରଣ ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରୁ ରାଜନେତାଙ୍କ ଇସ୍ତଫା ତାଲିକା ସେହିଭଳି ବଢିବାରେ ଲାଗିଛି । ଏହି କ୍ରମରେ ଗୁରୁବାର ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି ।

ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗୁରୁବାର ବିଜେଡିକୁ ବାଏ ବାଏ କରିଦେଇଛନ୍ତି । କେବଳ ସେ ନୁହନ୍ତି, ତାଙ୍କ ସହ ତାଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ବି ବିଜେଡି ଛାଡ଼ିଥିବା ଜଣାପଡ଼ିଛି ।
୪ଟି ପର୍ଯ୍ୟାୟରେ ଭୋଟ୍ ଦେବ ଓଡ଼ିଶା । ମଇ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ମତଦାତାମାନେ ଭୋଟ ଦେବେ । ବିଭିନ୍ନ ଦଳରୁ ପ୍ରାର୍ଥୀ ଘୋଷଣା ହେଲାଣି । ହେଲେ ଏବେ ବି ୧୫ ଟି ଆସନ ଅଛି, ଯେଉଁଠି ପ୍ରାର୍ଥୀ ଘୋଷଣା ହୋଇ ନାହିଁ । ଆଉ ସେଥିପାଇଁ ସ୍ଥାନୀୟ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ।
ସେହିପରି ବିଜେପିରେ ଜାରି ରହିଛି ବିଦ୍ରୋହ । ବିଧାନସଭା ପ୍ରାର୍ଥୀ ଘୋଷଣା ପରଠୁ ରାଜ୍ୟ କାର୍ଯ୍ୟାଳୟରେ ବିଦ୍ରୋହ ଦେଖିବାକୁ ମିଳିଛି । ଅସନ୍ତୋଷ ତେଜିବାରେ ଲାଗିଛି। ବିବାଦ ଥମିବାର ନାଁ ଧରୁନି । ଉପାନ୍ତରୁ ଉପକୂଳ ସବୁଠି ବିଦ୍ରୋହ । ଭୁବନେଶ୍ବର ଜୟଦେବ, ବଡ଼ମ୍ବା, ରେମୁଣା, ଖୋର୍ଦ୍ଧା, ଧର୍ମଶାଳା, ବାଙ୍କୀ ଓ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ନେଇ ଥିବା ଅସନ୍ତୋଷ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି ।












Click it and Unblock the Notifications