Get Updates
Get notified of breaking news, exclusive insights, and must-see stories!

ଆଜି କଂଗ୍ରେସରେ ମିଶିବେ ବିଜୟ ପଟ୍ଟନାୟକ

କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡେଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ।

Bijay Patnaik
ଭୁବନେଶ୍ୱର:ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । ଆଜି ଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ସେ ଏବଂ କିଛି ଯୁବ ନେତା ମଧ୍ୟ କଂଗ୍ରେସରେ ଯୋଗଦେବେ । ଏନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡେଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ।

ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ କରାଗଲା । ପରେ ପରେ ତାଙ୍କୁ ମାନବାଧିକାର କମିସନ୍‌ଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା । ସେ ୨୦୧୫ ଏପ୍ରିଲ୍‌ରେ ସେଠାରୁ ଇସ୍ତଫା ଦେଇଥିଲେ । ପରେ ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରୋଜେକ୍ଟର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨ ବର୍ଷ ଧରି କାମ କରିବା ପରେ ବିଜୟ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ପଦରୁ ୨୦୧୭ ମସିହାରେ ଇସ୍ତଫା ଦେଇଥିଲେ।

ତେବେ ଏହା ପୂର୍ବରୁ ମଧ୍ୟ ୨୦୨୨ରେ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗ ଦେବା କଥାକୁ ନେଉ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେହି ସମୟରେ ସେ ରାଜନୀତିରେ ଆଗ୍ରହ ନଥିବା କହି ଏହି କଥାକୁ ଖଣ୍ତନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+