Get Updates
Get notified of breaking news, exclusive insights, and must-see stories!

ସମିତିସଭ୍ୟ ନିର୍ବାଚନ ହାରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ପଞ୍ଚାୟତନ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ସେ ପରାସ୍ତ ହୋଇଛନ୍ତି ।

ଢେଙ୍କାନାଳ: ପଞ୍ଚାୟତନ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ସେ ପରାସ୍ତ ହୋଇଛନ୍ତି । ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ତାଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି । ଜଣେ ପୂର୍ବତନ ମନ୍ତ୍ରୀଙ୍କର ପଞ୍ଚାୟତ ନିର୍ବାଚନରେ ପତିଆରା ଖସିଗଲା ।

Anjali Behera

ପଞ୍ଚାୟତ ନିର୍ବାଚନ ପାଇଁ ତିନି ଦିନର ଭୋଟ୍ ଗଣତି ଶେଷ ହୋଇଛି । ଅଧିକାଂଶ ସ୍ଥାନରେ ଫଳାଫଳା ଧିରେଧିରେ ସ୍ପଷ୍ଟ ହେଉଛି ।
ନିର୍ବାଚନ ପୂର୍ବରୁ ଅଞ୍ଜଳି କହିଥିଲେ ଯେ, ଲୋକଙ୍କ ସେବା କରିବାକୁ ସେ ୨୦୨୪ ଯାଏଁ ଅପେକ୍ଷା କରିପାରିବେ ନାହିଁ । ତେଣୁ ପଅ଼ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନିଜ ନିର୍ବାଚନୀ କ୍ଷେତ୍ରର ଲୋକଙ୍କ ସେବା କରିବାକୁ ଯୋଜନା କରିଥିଲେ ପୂର୍ବତନ ମନ୍ତ୍ରୀ ।

୨୦୧୭ରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ମୋଟ୍ ୭ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ତିନିଟି କବଜା କରିଥିଲା । ଏଥର ମୂଳଫୋଚ ହୋଇ ଯାଇଛି । ଓଡ଼ାପଡ଼ା ବ୍ଲକ୍‌ର ଯେଉଁ ଦୁଇଟି ଓ ହିନ୍ଦୋଳର ଯେଉଁ ଗୋଟିଏ ସିଟ୍ ଜିତିଥିଲା ଏଥର ହାତଛଡ଼ା ହୋଇଛି । ବାକି ଜୋନରେ ବି ପରାଜୟର ମୁହଁ ଦେଖିଛି ବିଜେପି । ଅଞ୍ଜଳି ବେହେରାଙ୍କର ଲମ୍ୱା ରାଜନୈତିକ ଅଭିଜ୍ଞତା ଓ କ୍ୟାରିଅର୍ ଥିଲେ ବି ପଞ୍ଚାୟତ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+