Get Updates
Get notified of breaking news, exclusive insights, and must-see stories!

ଆଜି ବିଜେପିରେ ଯୋଗଦେଇପାରନ୍ତି ଚମ୍ପାଇ ସୋରେନ୍!

Champai Soren News: ଆଗକୁ ରହିଛି ବିଧାନସଭା ନିର୍ବାଚନ ହେଲେ ଏହା ପୂର୍ବରୁ ଝାଡ଼ଖଣ୍ତ ରାଜନୀତିରେ ବଡ଼ ହଲଚଲ ସୃଷ୍ଟି ହୋଇଛି । ଆଜି ଜେଏମଏମ୍ ଛାଡ଼ି ବିଜେପିରେ ମିଶିପାରନ୍ତି ଚମ୍ପାଇ ସୋରେନ୍ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗି ପାରେ ବଡ଼ ଝଟକା । ସୋସିଆଲ ମିଡିଆରେ ଏକ ବଡ଼ ପୋଷ୍ଟ କରିବା ପରେ ଦିଲ୍ଲୀ ଗସ୍ତ କରିଥିଲେ ଚମ୍ପାଇ ସୋରେନ ଯାହା ପରେ ରାଜନୈତିକ ଉଷ୍ମତା ଦେଖିବା ପାଇଁ ମିଳିଥିଲା ।

ସୂଚନାଥାଉ ଯେ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଗିରଫ ହେବା ପରେ ଝାଡ଼ଖଣ୍ତର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ । ହେଲେ ୩ ଜୁଲାଇଲେ ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ସେ ଅର୍ଥାତ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଯାହା ପରେ ସେ ସୋସିଆଲ ମିଡିଆରେ ଏକ ବଡ଼ ପୋଷ୍ଟ ସେୟାର କରି ଦଳୀୟ ନେତୃତ୍ୱଙ୍କ ଉପରେ ବର୍ଷିଥିଲେ । ତେବେ ସେ ଲେଖିଥିଲେ, ପ୍ରଥମ ଥର ମୁଁ ଭାଙ୍ଗି ପଡିଛି । ତେବେ ତାଙ୍କର ଏହି ପୋଷ୍ଟକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Champai Soren

ହେଲେ ବର୍ତ୍ତମାନ ଚମ୍ପାଇ ସୋରେନଙ୍କ ଦିଲ୍ଲୀ ଗସ୍ତ ଉପରେ ରହିଛି ସମସ୍ତଙ୍କ ନଜର । ଚର୍ଚ୍ଚା ହେଉଛି ଆଜି ସେ ବିଜେପିରେ ମିଶିପାରନ୍ତି । ତାଙ୍କ ସହ ଜେଏମଏମର ଆଉ ୬ ଜଣ ନେତା ମଧ୍ୟ ଜିଲ୍ଲାରେ ଯାଇଥିବା ନେଇ ସୂଚନା ରହିଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+