ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର
Manohar Lal Khattar Resigns As MLA: ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ଏବେ ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର । ଆଗକୁ ଲୋକସଭା ନିର୍ବାଚନ 2024 ଥିବାରୁ ଏହି ଖବର ରାଜନୈତୀକ ମାହୋଲରେ ଚହଳ ସୃଷ୍ଟି କରିଛି । ବର୍ତ୍ତମାନ ପୁରା ଦେଶର ନଜର ରହିଛି ହରିୟାଣା ଉପରେ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ମନୋହର ଲାଲ ଖଟ୍ଟର ଏପରି ନିଷ୍ପତ୍ତି କ'ଣ ପାଇଁ ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ହେଲେ ସେ ଲୋକସଭା ନିର୍ବାଚନ ଲଢିପାରନ୍ତି ଆଶା କରାଯାଉଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାର୍ଚ୍ଚ ୧୨ ତାରିଖରେ ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମନହୋର ଲାଲ ଖଟ୍ଟର । ଯାହା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ବାଳିଥିଲେ ନାୟବ ସିଂହ । ହେଲେ ସେ ଲୋକସଭା ନିର୍ବାଚନ ଲଢିପାରନ୍ତି ଆଶା କରାଯାଉଛି ।

ସୂଚନାଥାଉ ଯେ, ଆଜି ଫ୍ଲୋର ଟେଷ୍ଟରେ ବିଧାନସଭାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ରାଜ୍ୟ ବିଧାନସଭାରେ ବିଜେପି ଫ୍ଲୋର ଟେଷ୍ଟରେ ପାସ୍ କରିଛି । ଯାାହା ପରେ ମନହୋର ଲାଲ୍ ଖଟ୍ଟର ଏହି ବଡ଼ ଘୋଷଣା କରିଥିଲେ । ତେବେ ମନୋହର ଲାଲ ଖଟ୍ଟର କହିଛନ୍ତି, ଆଜିଠୁ ଅର୍ଥାତ୍ ମାର୍ଚ୍ଚା ୧୩ ତାରିଖରେ ମୁଁ ବିଧାୟକ ପଦରୁ ଇସ୍ତଫା ଦେଉଛି । ଆଜିଠୁ ମୁଖ୍ୟମନ୍ତ୍ରୀ ସୈନୀ କର୍ଣ୍ଣଲ ଆସନର ଦାୟିତ୍ୱ ବହନ କରିବେ ।












Click it and Unblock the Notifications