ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ ପୁଅଙ୍କ ଦେହାନ୍ତ
ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ଫୁସଫୁସ ସଂକ୍ରମଣରେ ପୀଡ଼ିତ ହୋଇ ସମ୍ବିତ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଭୁବନେଶ୍ବର: ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ଫୁସଫୁସ ସଂକ୍ରମଣରେ ପୀଡ଼ିତ ହୋଇ ସମ୍ବିତ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ଦିନ ୧୨ଟା ୨୦ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସମ୍ବିତଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ତାଙ୍କର ଜୀବନ ରକ୍ଷା ପାଇଁ ଟ୍ୱିଟ୍ କରି ନିବେଦନ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ ତାଙ୍କ ପୁଅର ECMO ଚିକିତ୍ସା ଆବଶ୍ୟକ ହେଉଛନ୍ତି। ଏହି ପୋଷ୍ଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ୟାଗ୍ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୨ ତାରିଖରେ ସମ୍ବିତଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ଏହା ପରେ ୨୮ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ନିଃଶ୍ୱାସପ୍ରଶ୍ୱାସ ନେବାର କଷ୍ଟ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।












Click it and Unblock the Notifications