Big Breaking: ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ପ୍ରଭାସ ସିଂହ
ବିଜେଡି ଛାଡ଼ିଲେ ପ୍ରଭାସ ସିଂହ । ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ପ୍ରଭାସ ସିଂହ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ଥିଲେ ପ୍ରଭାସ । ନବୀନ ନିବାସ ଆସି ଇସ୍ତଫା ପତ୍ର ପ୍ରଦାନ କଲେ ପ୍ରଭାସ ।
୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ପ୍ରଭାସ ସିଂହ । ଏଥର ଟିକେଟ ଆଶାୟୀ ଥିଲେ, ଦଳ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଲା । ଆଉ ସେ ଦଳ ଛାଡିଛନ୍ତି।

ବିଜେଡିରୁ ଇସ୍ତଫା ପରେ ପୂର୍ବତନ ସାଂସଦ ପ୍ରଭାସ ସିଂହଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, 'ବିଜେଡି ଯେଉଁ ନୀତି ଆଦର୍ଶରେ ଗଢ଼ା ହୋଇଥିଲା, ତାହା ଆଉ ନାହିଁ । ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ନେତାଙ୍କ ସହ ବିଚାରବିମର୍ଶ ନାହିଁ ।
ଦଳରେ ଆବଶ୍ୟକତା ମନେକଲେନି, ଉଚିତ ସମୟ ଭାବି ଇସ୍ତଫା ଦେଲି।- ଅନ୍ୟଦଳରୁ ଅଫର ଥିଲା, ଗଲିନି, ନିର୍ବାଚନ ଲଢ଼ିବି ନାହିଁ। - ଟିକେଟ ପାଇଁ ଆଶାୟୀ ନୁହେଁ, ଦାବିଦାର ଥିଲି ବୋଲି କହିଲେ । -ଯାହାକୁ ଦଳ ଟିକେଟ ଦେଇଛି, ତାଙ୍କୁ ସମର୍ଥନ କରିପାରିବି ନାହିଁ ବୋଲି ସେ କହିଛନ୍ତି ।
ସେହିପରି ବିଜେଡି ଛାଡ଼ିଛନ୍ତି ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା । ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ଉପାଧ୍ୟକ୍ଷ ନାରାୟଣ ଲୁହା ମଧ୍ୟ ଦଳ ଛାଡ଼ିଲେ। ବୀରମହାରାଜପୁର ବିଧାନସଭା ଟିକେଟ ଆଶାୟୀ ଥିଲେ ନାରାୟଣ ।
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଟିକେଟ ଆଶାରେ ଥିଲେ ନାରାୟଣ। ସେ ବିଜୁ ଜନତା ଦଳ ସହିତ ଦୀର୍ଘ ଦିନରୁ ଜଡ଼ିତ ଥିବାବେଳେ ବୀରମହାରାଜପୁର ବ୍ଲକ ଯୁବ ବିଜେଡି ସଭାପତି ଦାୟିତ୍ୱରେ ଥିଲେ। ତାଙ୍କ ସହ ସହ ତାଙ୍କ ସ୍ତ୍ରୀ ଶାନ୍ତି ଲୁହା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଭାବେ ଅବସ୍ଥାପିତ ଅଛନ୍ତି ଏବଂ ନାରାୟଣ ଉପାଧ୍ୟକ୍ଷ ଭାବେ ଅଛନ୍ତି । ଆଜି ତାଙ୍କ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରୁ ସେ ଇସ୍ତଫା ଦେଇଥିବା ବେଳେ କେତେକ ସରପଞ୍ଚ ଓ ସମିତିସଭ୍ୟା,ସଭ୍ୟ ମଧ୍ୟ ଉକ୍ତ ଲିଷ୍ଟରେ ସାମିଲ ହୋଇଛନ୍ତି।
୪ ଦିନ ତଳେ କଂଗ୍ରେସ ଛାଡ଼ିଥିଲେ ଗଣେଶ୍ୱର । ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ଜଣେ ବିଜ୍ଞ, ତୃଣମୂଳ ସ୍ତରର ଟାଣୁଆ ନେତା ଭାବେ ସେ ଜଣାଶୁଣା ଥିଲେ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆସନରୁ ସେ ୧୯୮୫ ଓ ୧୯୯୫ ରେ ବିଧାୟକ ହୋଇଥିଲେ । କିନ୍ତୁ ତା' ପରଠୁ ସେ ବିଧାନସଭାକୁ ଆସିପାରି ନାହାନ୍ତି ।












Click it and Unblock the Notifications