ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ: ରାଜ୍ୟବାସୀଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ମୋଦି

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସେହିପରି ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ 'ଏକ୍ସ'ରେ ଓଡ଼ିଶାବାସୀଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୁଁ ରାଜ୍ୟବାସୀଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ଅପିଲ କରୁଛି । ଆପଣଙ୍କ ଭୋଟ୍‌ ଆପଣଙ୍କ ସ୍ବର । ଏହାକୁ ଦୃଢ଼ ଓ ସ୍ପଷ୍ଟ ଭାବରେ ଉତ୍ତୋଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।

ମୋଦି ବାରମ୍ବାର ଓଡ଼ିଶା ଆସି ବିଜେଡ଼ି ଉପରେ ବର୍ଷିଥିଲେ । ସେହିପରି ଅଧିକରୁ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଆହ୍ବାନ କରିଛି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନିଜର ବାଲୁକା କୃତ୍ତି ଜରିଆରେ ୟୋର ଭୋଟ୍ ଫର୍ ୟୋର ଫ୍ୟୁଚର ମେସେଜ ସହ ଲୋକଙ୍କୁ ସଚେତନ କରାଇଛନ୍ତି ।

Modi appeals

୧୦୦ ଫୁଟ୍ ଲମ୍ବ ଓ ୪୦ ଫୁଟ୍ ଓସାରର ଏହି କଳା କୃତ୍ତି ୨୦୦୦ ବଲ୍ ରେ ନିର୍ମିତ କରାଯାଇଛି । ପୁରୀ ବେଳାଭୂମିରେ ଏହା ନିର୍ମିତ ହୋଇଛି ।କେଉଁଠି ମତଦାନ

୪ ଲୋକ ସଭା ଆସନ

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର

୨୮ ବିଧାନସଭା ଆସନ

ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଏବଂ ପାରଳାଖେମୁଣ୍ଡି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+