Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତି କୋବିନ୍ଦଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା, ଆସନ୍ତାକାଲି ମଧ୍ୟରାତ୍ରରେ ସରିବ କାର୍ଯ୍ୟକାଳ

ରବିବାର ମଧ୍ୟରାତ୍ରୀରେ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।

ନୂଆଦିଲ୍ଲୀ: ରବିବାର ମଧ୍ୟରାତ୍ରୀରେ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି ।

kovind

ରାଷ୍ଟ୍ରପତି କୋବିନ୍ଦ ବିଦାୟ ସମାରୋହରେ କହିଛନ୍ତି, ଆଜି ସମସ୍ତଙ୍କଠାରୁ ବିଦାୟ ନେଉଛି । ସମ୍ପୂର୍ଣ୍ଣ କ୍ଷମତା ସହକାରେ କର୍ତ୍ତବ୍ୟ ନିର୍ବାହ କରିଛି । ଦେଶର ସେବା କରିବାକୁ ମୋତେ ଯେଉଁ ସୁଯୋଗ ମିଳିଥିଲା, ସେଥିପାଇଁ ଦେଶବାସୀଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବି । ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ଆଜି ଦେଶ ବିକାଶ ଦିଗରେ ଅଗ୍ରସର ହେଉଛି, ବିରୋଧୀ ଦଳଗୁଡିକୁ ମଧ୍ୟ ଜାତିଗତ ଏବଂ ପରିବାରବାଦ ରାଜନୀତିରୁ ଉର୍ଦ୍ଧ୍ୱକୁ ଯିବାର ଆବଶ୍ୟକତା ରହିଛି ।

ମହାତ୍ମା ଗାନ୍ଧୀ ବିରୋଧ ପ୍ରଦର୍ଶନ କରିବା ପାଇଁ ଦେଶକୁ ଅହିଂସାର ରାସ୍ତା ଦେଖାଇଥିଲେ । ଆମେ ତାଙ୍କ ବିଚାର ଏବଂ ଶିକ୍ଷାକୁ ମନେ ରଖିବାର ଆବଶ୍ୟକ ରହିଛି । ଏଥିସହିତ ସେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ ବିରଲା ଏବଂ ସଂସଦର ଦୁଇ ଗୃହର ସାଂସଦମାନେ ମଧ୍ୟ ସାମିଲ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+