ରାଜନୀତିରେ ଯୋଗ ଦେବେ ସମୀର ୱାଙ୍ଖଡ଼େ, ଏହି ଦଳରେ ଦେବେ ଯୋଗ
Maharashtra Assembly Election 2024: ମହାରାଷ୍ଟ୍ରର ଚର୍ଚ୍ଚିତ IRS ଅଧିକାରୀ ସମୀର ୱାଙ୍ଖଡେଙ୍କ ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ, ସମୀର ଶିବସେନା ଏକନାଥ ସିନ୍ଦେଙ୍କ ଦଳରେ ଯୋଗ ଦେଇପାରନ୍ତି । ସମୀର ୱାଙ୍ଖଡେଙ୍କ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢି ପାରନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀର ୱାଙ୍ଖଡ଼େ ଆଇଆରଏସ ପଦରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ତାଙ୍କ ଇସ୍ତଫା କେନ୍ଦ୍ର ସରକାର ଗୃହ ବିଭାଗ ଦ୍ୱାରା ଗ୍ରହଣ କରାଯିବା ପରେ ସେ ରାଜନୀତିରେ ପ୍ରବେଶ କରି ପାରନ୍ତି ।

44 ବର୍ଷିୟ ସମୀର ୱାଙ୍ଖଡ଼େ ଜଣେ 2008 ବ୍ୟାଚ୍ IRS ଭାରତୀୟ ରାଜସ୍ୱ ସେବା ଅଧିକାରୀ । 2021 ପର୍ଯ୍ୟନ୍ତ ସେ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏନସିବିରେ ଯୋଗଦେବା ପୂର୍ବରୁ ୱାଙ୍ଖଡ଼େ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏବଂ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ସହିତ କାର୍ଯ୍ୟ କରିଥିଲେ।
ୱାଙ୍ଖଡ଼େ ତାଙ୍କ କ୍ୟାରିଅରରେ ଡ୍ରଗ୍ ପ୍ରୟୋଗ ସହ ଜଡିତ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ଡ୍ରଗ୍ ଚୋରା ଚାଲାଣକାରୀ ଏବଂ ସେମାନଙ୍କ ନେଟୱାର୍କକୁ ଟାର୍ଗେଟ କରି ଆକ୍ରମଣ, ଗୁପ୍ତଚର କାର୍ଯ୍ୟ ତଥା ଗୁପ୍ତ ଅନୁସନ୍ଧାନରେ ୱାଙ୍ଖଡ଼େ ସକ୍ରିୟ ଭାବରେ ଜଡିତ ଅଛନ୍ତି। ତାଙ୍କର 15 ବର୍ଷର କ୍ୟାରିଅର୍ ସମୟରେ, ସେ 17,000 କିଲୋଗ୍ରାମ ନିଶା ଏବଂ 165 କିଲୋଗ୍ରାମ ସୁନା ଜବତ କରିବାରେ ସଫଳ ହୋଇଛନ୍ତି ।
ବର୍ତ୍ତମାନର କଂଗ୍ରେସ ସାଂସଦ ତଥା ମୁମ୍ବାଇ କଂଗ୍ରେସ ସଭାପତି ବର୍ଷା ଗାୟକଡୱା ଧରାବୀ ବିଧାନସଭା ଆସନରୁ ବିଧାୟକ। ଏହି ଆସନରେ ତାଙ୍କ ଭଉଣୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସମୀର ଏହି ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ତେବେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ବେଶ ଚର୍ଚ୍ଚାରେ ରହିଥିଲେ ମହାରାଷ୍ଟ୍ରର ଚର୍ଚ୍ଚିତ IRS ଅଧିକାରୀ ସମୀର ୱାଙ୍ଖଡେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications