Get Updates
Get notified of breaking news, exclusive insights, and must-see stories!

EXIT POLL: କେବେ ଆରମ୍ଭ ହୋଇଥିଲା ଏକଜିଟ୍ ପୋଲ୍ ? କିପରି କରାଯାଏ ଏହାର ହିସାବ, କେତେ ଦୂର ଠିକ୍ ହୁଏ ଆକଳନ...

EXIT POLL: ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ଚାରିଆଡ଼େ ରାଜନୈତିକ ଚର୍ଚ୍ଚା । ସାରା ଦେଶରେ ଲୋକସଭା ଆସନ ପାଇଁ ନିର୍ବାଚନ ହେବା ସହ ଆମ ରାଜ୍ୟରେ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେଉଛି ।

ଦେଶରେ ମୋଟ୍ ୭ ଟି ପର୍ଯ୍ୟାୟରୁ ସୋମବାର ଅର୍ଥାତ୍ ୧୩ ମଇରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଛି । ଏହା ପରେ ମେ ୨୦, ମେ ୨୫ ଏବଂ ଜୁନ୍ ୧ ରେ ଶେଷ ତିନୋଟି ପର୍ଯ୍ୟାୟ ପାଇଁ ଭୋଟ୍ ଅନୁଷ୍ଠିତ ହେବ ।

ସମସ୍ତ ପର୍ଯ୍ୟାୟ ନିର୍ବାଚନ ପରେ ଜୁନ୍ ୪ ରେ ଫଳାଫଳ ପ୍ରକାଶ ପାଇବ । ଏଥି ମଧ୍ୟରେ କଣ ହେବ ଫଳାଫଳ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଭୋଟ୍ ଗଣତି ପୂର୍ବରୁ ଫଳାଫଳକୁ ନେଇ ଅନେକ ଆକଳନ କରାଯାଉଛି ।

Exit Poll for the Lok Sabha Election 2024

ଏକଜଡିଟ୍ ପୋଲ୍ କଣ ?

ଭୋଟ୍ ଦେବା ପରେ ମତଦାନ ବୁଥରୁ ବାହାରିଥିବା ଭୋଟରଙ୍କ ମତ ଉପରେ ଆଧାରିତ ଏକ ରିପୋର୍ଟ । ଭୋଟ୍ ଦେବା ପରେ ଭୋଟରଙ୍କ ଠାରୁ ପାଇଥିବା ଉତ୍ତର, ନିର୍ବାଚନୀ ହାୱା କାହା ସପକ୍ଷରେ ରହିଛି ତାହା ଆକଳନ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ଭୋଟରମାନେ ଏହି ସମୟରେ ଯାହା ଉତ୍ତର ଦିଅନ୍ତି ତାହା ସଠିକ୍ । ଏହାକୁ ଏକ ରିପୋର୍ଟ ପ୍ରସ୍ତୁତ କରି କେଉଁ ଆସନରେ କାହା ପକ୍ଷରେ ମତଦାନ ବେଶୀ ରହିଛି ଏହାକୁ ନେଇ ଏକ ଆକଳନ କରିଥାନ୍ତି ।

ଏକଜିଟ୍ ପୋଲର ଗୁରୁତ୍ୱ କ'ଣ?

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକଜିଟ୍ ପୋଲ୍ ଏକ ସମ୍ୟକ୍ ଧାରଣା ଦେଇପାରେ । ଅନେକ ଥର, ରାଜନୈତିକ ଦଳମାନେ ଏହାର ଆଧାରରେ ସେମାନଙ୍କର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରନ୍ତି ଏବଂ ଏହା ସାଧାରଣ ଜନତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ମତଦାନ ଶେଷ ହେବା ପୂର୍ବରୁ ଯଦି ଫଳାଫଳ ପ୍ରକାଶ ପାଇବ, ତେବେ ନିର୍ବାଚନ ପ୍ରଭାବିତ ହେବାର ସମ୍ଭାବନା ଅଛି ।

କେବେ ଆସିବ ଏକଜିଟ୍ ପୋଲ୍ ?

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ମତଦାନ ଶେଷ ତାରିଖ ପର୍ଯ୍ୟନ୍ତ କୌଣସି ଏକଜିଟ୍ ପୋଲ୍ ପ୍ରକାଶ ପାଇପାରିବ ନାହିଁ । ଏ ନେଇ ଗାଇଡଲାଇନ ଜାରି କରାଯାଇଛି । ଯେପର୍ଯ୍ୟନ୍ତ ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଜୁନ୍ ୧ ରେ ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ପ୍ରକାଶ ପାଇପାରିବ ନାହିଁ । ସେହି ଦିନ ଭୋଟ୍ ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇପାରିବ । ନିର୍ବାଚନ ଆୟୋଗ ଏପ୍ରିଲ ୧୯ ତାରିଖ ସକାଳ ୭ ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଏଭଳି ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

କିପରି କରାଯାଏ ଏକଜିଟ୍ ପୋଲ୍ ?

ଏକଜିଟ୍ ପୋଲର ସଠିକ୍ ଫଳାଫଳ ପାଇଁ, ବିଭିନ୍ନ ସଂସ୍ଥା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ମତଦାନ କେନ୍ଦ୍ରରୁ ନମୁନା ସଂଗ୍ରହ କରନ୍ତି । ଯାହାଫଳରେ ଫଳାଫଳଗୁଡିକ ଅଧିକ ସଠିକ୍ ହେବାର ସମ୍ଭାବନା ରହିଥାଏ । ଏହା ସହ ଭୋଟ୍ ଦେବା ପରେ ସେମାନେ କାହାକୁ ଭୋଟ୍ ଦେଇଛନ୍ତି ବୋଲି ଏକ ପ୍ରଶ୍ନ ପଚରାଯାଏ । ଭୋଟରମାନଙ୍କୁ ଏପରି ଢଙ୍ଗରେ ପ୍ରଶ୍ନ କରାଯାଏ, ଯେପରି ଏକ ଅଧିକ ବିସ୍ତୃତ ଧାରା ମିଳିପାରିବ ଏବଂ ସର୍ଭେର ସତ୍ୟତା ନିଶ୍ଚିତ ହୋଇପାରିବ । ସର୍ବେକ୍ଷଣ ବିଶେଷଜ୍ଞଙ୍କ ପାଇଁ ଏହି ସୂଚନା ଆଧାରରେ ଏକ ବିସ୍ତୃତ ମତ ଗଠନ କରିବା ସହଜ ହୋଇଥାଏ ।

କେତେ ସଠିକ୍ ଏକଜିଟ୍ ପୋଲ୍ ?

ଏକଜିଟ୍ ପୋଲ୍ ଫଳାଫଳ ପାଇଁ ସଂଗୃହିତ ନମୁନା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଯେତେ ଅଧିକ ନମୁନା ଆସିବ ଫଳାଫଳଗୁଡିକ ସଠିକ୍ ହେବାର ସମ୍ଭାବନା ସେତେ ଅଧିକ ହୋଇଥାଏ । ତଥାପି ଏହା ମାନିବାକୁ ହେବ ଯେ, ଏକ୍ଜିଟ୍ ପୋଲ୍ କେବଳ ଏକ ଆକଳନ ଏବଂ ଏହା ଭୁଲ୍ ହେବାର ସମ୍ଭାବନା ଅଛି । ଏକଜିଟ୍ ପୋଲର ଫଳାଫଳରେ ତ୍ରୁଟିର ଅନେକ କାରଣ ଥାଇପାରେ, ଯେଉଁଥିରେ ନମୁନା ସଂଗ୍ରହରେ ତ୍ରୁଟି, ପକ୍ଷପାତିତା, ବିଭିନ୍ନ ଜନସଂଖ୍ୟାର ଭୋଟରଙ୍କ ମତକୁ ଧ୍ୟାନ ନ ଦେବା ।

ଭାରତରେ ଏକଜିଟ୍ ପୋଲ୍ କେବେ ଆରମ୍ଭ ହୋଇଥିଲା ?

ଭାରତରେ ଏହି ଟେକ୍ନୋଲୋଜି ୧୯୬୦ ଦଶକରେ ସେଣ୍ଟର ଫର ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟି (CSDS) ଦ୍ୱାରା ବିକଶିତ ହୋଇଥିଲା । ୧୯୮୦ ଦଶକରେ ନିର୍ବାଚନ ବିଶ୍ଳେଷକ ପ୍ରଣୟ ରୟ ଡେଭିଡ ବଟଲରଙ୍କ ସହ ମିଶି ଆଗକୁ ବଢାଇଥିଲେ । ୧୯୯୬ ରେ ଯେତେବେଳେ ସାଟେଲାଇଟ୍ ଟିଭି ଆସିଲା, ଦୂରଦର୍ଶନ ନିର୍ଦ୍ଦେଶରେ CSDS ଦେଶବ୍ୟାପୀ ଏକଜିଟ୍ ପୋଲ୍ କରିଥିଲା ଏବଂ ଏହା ବହୁ ଲୋକପ୍ରିୟ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+