ଅମିତ ଶାହଙ୍କୁ ସାକ୍ଷାତ କଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର
ନୂଆଦିଲ୍ଲୀ: ସମସ୍ତ କଲ୍ପନା ଜଳ୍ପନାର ଅନ୍ତ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସନ୍ଧ୍ୟା ପ୍ରାୟ ୬ଟା ବେଳେ କ୍ୟାପଟେନ ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଗୃହରେ ସାକ୍ଷାତ ପାଇଁ ପହଞ୍ଚି ଥିଲେ।

ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଦିଲ୍ଲୀ ଗସ୍ତ କୁ ନେଇ ରାଜନୈତିକ ଚର୍ଚା ଜୋର ଧରିଥିଲା । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ନେଇ ଜାରି ରହିଥିଲା ଚର୍ଚ୍ଚା । ଦିଲ୍ଲୀ ଗସ୍ତ ବେଳେ ସିଂହ କହିଥିଲେ ଯେ, ଦିଲ୍ଲୀ ସ୍ଥିତ ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବାକୁ ଆସିଛି ବୋଲି। ସିଂହଙ୍କ ମିଡିଆ ପରାମର୍ଶଦାତା ମଧ୍ୟ ମିଡିଆ ଆଲୋଚନା କୁ ଆଡେଇ ଦେଇ ଏହା ଏକ ବ୍ୟକ୍ତିଗତ ଗସ୍ତ ବୋଲି କହିଥିଲେ । ତେବେ ଶାହଙ୍କୁ ସାକ୍ଷାତ କରିବା ପରେ ପଞ୍ଜାବକୁ ନେଇ ପୁଣି ରାଜନୀତି ଗରମ ହୋଇଛି ।












Click it and Unblock the Notifications