Get Updates
Get notified of breaking news, exclusive insights, and must-see stories!

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଦିଲ୍ଲୀ AICC କାର୍ଯ୍ୟାଳୟରେ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସ ରେ ସାମିଲ ହୋଇଛନ୍ତି ।

Bijay Patnaik Joined Congress

ନୂଆଦିଲ୍ଲୀ: କଂଗ୍ରେସର 'ହାତ' ଧରିଲେ ବିଜୟ ପଟ୍ଟନାୟକ । କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିଲ୍ଲୀ AICC କାର୍ଯ୍ୟାଳୟରେ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସ ରେ ସାମିଲ ହୋଇଛନ୍ତି ।

କଂଗ୍ରେସରେ ସାମିଲ ହେବା ଅବସରରେ ବିଜୟ କହିଛନ୍ତି, ଦୀର୍ଘ ୪୦ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ମୁଁ ବ୍ୟବାହର କରିବି । ଓଡ଼ିଶା ବାସୀଙ୍କ ପାଇଁ କିଛି କରିବାକୁ ମୋର ବହୁତ ଆଶା ରହିଛି । ଓଡ଼ିଶାରେ ପ୍ରଶାସନ ଲୋକଙ୍କଠାରୁ ଦୂରରେ ରହିଛି । ପ୍ରଶାସନ ଯେଭଳି ଲୋକଙ୍କ ପାଖରେ ପହଞ୍ଚିବ ତା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ । ଏହା ମୋର ଚେଷ୍ଟା ରହିବ ।

ସେହିପରି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଓଡ଼ିଶାରେ ଦୁର୍ନୀତି ଓ କୁଶାସନ ଚାଲିଛି । ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ । ମୁଁ ଲୋକଙ୍କ ପାଇଁ କାମ କରିବି । କଂଗ୍ରେସର ଉଦାରବାଦୀ ନୀତି ପାଇଁ ହାତ ଧରିଛି । ରାହୁଲଙ୍କ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା, ପ୍ରେମ ଓ ଭଲ ପାଇବାର ଯାତ୍ରା ବୋଲି କହିଛନ୍ତି ବିଜୟ ।

ଦୁଇ ଦିନ ତଳେ କଂଗ୍ରେସରେ ବିଜୟ ପଟ୍ଟନାୟକ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ୨୦୨୨ ରେ ଭୁବନେଶ୍ୱର ବିମାନବନ୍ଦର ଲବିରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖାଯିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ ।

୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ । ତେବେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ କରାଗଲା ।

ପରେ ପରେ ତାଙ୍କୁ ମାନବାଧିକାର କମିସନ୍‌ଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା । ସେ ୨୦୧୫ ଏପ୍ରିଲରେ ସେଠାରୁ ଇସ୍ତଫା ଦେଇଥିଲେ । ପରେ ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରୋଜେକ୍ଟର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨ ବର୍ଷ ଧରି କାମ କରିବା ପରେ ବିଜୟ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ପଦରୁ ୨୦୧୭ ମସିହାରେ ଇସ୍ତଫା ଦେଇଥିଲେ।

ତେବେ ୨୦୨୨ ମସିହା ମେ' ମାସରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସେ ଏନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରିଥିବା କୁହାଯାଉଥିଲା । ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନଥିବା ଗଣମାଧ୍ୟମକୁ କହିଥିଲେ। ତେବେ ଆଜି କଂଗ୍ରେସ ନେତା ଅମୀୟଙ୍କ ସୂଚନା ପରେ ଏହି ଜାତୀୟ ଦଳରେ ଯୋଗଦାନକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+