Get Updates
Get notified of breaking news, exclusive insights, and must-see stories!

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ବଡ଼ ବୟାନ

ବୋଧହୁଏ ନବ ଦାସଙ୍କୁ ମାରିନି ଗୋପାଳ । ମନ୍ତ୍ରୀ ମବ ଦାସଙ୍କ ହତ୍ୟା ମାମଲାରେ ଏମିତି କିଛି ଚାଞ୍ଚଲ୍ୟର ବୟାନ ଦେଇଛନ୍ତି ସଜ ସଜ କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟାନୟକ ।

Naba Das Murder Case

ଭୁବନେଶ୍ୱର: ବୋଧହୁଏ ନବ ଦାସଙ୍କୁ ମାରିନି ଗୋପାଳ । ମନ୍ତ୍ରୀ ମବ ଦାସଙ୍କ ହତ୍ୟା ମାମଲାରେ ଏମିତି କିଛି ଚାଞ୍ଚଲ୍ୟର ବୟାନ ଦେଇଛନ୍ତି ସଜ ସଜ କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟାନୟକ ।

ସେ କହିଛନ୍ତି ଯେ, ବୋଧ ହୁଏ ଗୋପାଳ ଦାସ ମାରିନି । ଏହା ପଛରେ ନିଶ୍ଚିତ ଅନ୍ୟ କୌଣସି ଲୋକର ହାତ ଅଛି । କାହାର ହାତ ନଥିଲେ, ଏଏସଆଇ ଗୋପାଳ ଦାସ କଣ ମାରିଦେଇ ପାରିବ ? କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର। ଯଦି କ୍ରାଇମବ୍ରାଞ୍ଚ ଏଥିରେ ସଫଳ ହେଉନି, ତେବେ ମାମଲା ସିବିଆଇକୁ ହସ୍ତାନ୍ତର ହେଉ ।

ସେପଟେ ଆଜି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଛନ୍ତି, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତାଇଛନ୍ତି, ସେହି ଲୋକମାନଙ୍କ କଥା ଏବେ ସରକାର ଶୁଣିପାରୁନି ।

ବିଜୟ ପଟ୍ଟନାୟକ ଆହୁରି କହିଛନ୍ତି, ଓଡ଼ିଶାରେ ଓଡ଼ିଆମାନେ ନିର୍ଯ୍ୟାତିତ। ଓଡ଼ିଶାର କଣ୍ଟ୍ରାକ୍ଟରମାନେ କାମ ପାଇପାରୁନାହାଁନ୍ତି। କେବଳ ବଡ଼ ବଡ଼ ନୁହେଁ, ଛୋଟ ଛୋଟ କଣ୍ଟ୍ରାକ୍ଟର ଯଦି ଓଡ଼ିଶା ବାହାରୁ ଆସି କାମ କରିବେ, ତେବେ ଓଡ଼ିଶାର ଲୋକ କୁଆଡ଼େ ଯିବେ? ରାଜ୍ୟର ବିକାଶ ପାଇଁ ଅନେକ କାମ ଚାଲିଛି ହେଲେ ସବୁକିଛି ବାହାରୁ ଆସୁଛି । ବାହାର ଲୋକଙ୍କୁ ସବୁ କାମ ଦିଆଯାଉଛି। ଓଡ଼ିଶାରେ ଓଡ଼ିଆ ଲୋକଙ୍କୁ କାମ ନମିଳିବା କାରଣରୁ ଓଡ଼ିଶାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ବିଜୟ କହିଛନ୍ତି ।

ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟାକଲା ଗୋପାଳ । ଏନେଇ ସବୁ କିଛି କହିଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ । ନବ ଦାସଙ୍କୁ କାହିଁକି ମାରିଲା କହିଲା ଗୋପାଳ । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ ସବୁ ମାନିଥିବା ସୂଚନା ମିଳିଛି । କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି । ଗୋପାଳ ସବୁ କହିଥିବା କ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତା'ର ମାନସିକ ସ୍ଥିତି କଣ ଥିଲା ତାହା ମଧ୍ୟ ମାନିଥିବା ଜଣାପଡିଛି । ଏଇ ସପ୍ତାହରେ ନାର୍କୋ ଟେଷ୍ଟ ରିପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ଅନ୍ୟପକ୍ଷେ, ଗୋପାଳକୁ ଆଜି ଜେଲ୍‌ ପଠା ଯିବାର କିଛି ସମୟ ପରେ ପୁଣି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଯାଇଥିଲା । ୧୬୪ ବୟାନ ରେକର୍ଡ଼ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ଼ର ଭିଡ଼ିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲ ପଠାଯାଇଥିଲା । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କୋର୍ଟରେ ହାଜର କରାଯାଇଥିଲା । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳର ତୃତୀୟ ପାର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+