ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ବାଳ ଯୋଗ ଦେଲେ ବିଜେପିରେ
ଭୁବନେଶ୍ବର: ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ଆଜି ବିଜେଡ଼ି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ବାଳ ଓ ତାଙ୍କ ପୁତ୍ରବଧୂ ଜ୍ୟୋସ୍ନା ବିଶ୍ୱାଳ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ବିଶ୍ଵାଳ ବେହେରାମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି, ବୀରମିତ୍ରପୁର ବିଧାୟକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଥିବା ଘୋଷଣା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ମୋଦୀଙ୍କ ବିଜେପିରେ ଯୋଗଦାନ କରିଥିବା ସୂଚନା ଦେଇଥିଲେ।

ଏହି ନେତାମାନଙ୍କ ସହିତ ଅନେକ କର୍ମୀ ତଥା ସମର୍ଥକମାନେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବ ଯୋଗୁ ଜିଲ୍ଲା ସମ୍ପୃକ୍ତ ଅଞ୍ଚଳରେ ଦଳୀୟ ସଂଗଠନ ମଜଭୁତ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ଆଞ୍ଚଳିକ ସ୍ତରରେ ନେତାମାନଙ୍କ ଦଳ ଛାଡିବା ଅନ୍ୟ ଦଳରେ ମିଶ୍ରଣ ପର୍ବ ଭଳି ଘଟଣା ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି ।












Click it and Unblock the Notifications