Get Updates
Get notified of breaking news, exclusive insights, and must-see stories!

ଅଟଳ ବିହାରୀ ବାଜପେୟୀଙ୍କ ନିକଟତମ ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା ଟିଏମସିରେ ସାମିଲ

ଜେପି ଛାଡ଼ିଛନ୍ତି ଦଳର ପୂର୍ବତନ ଟାଣୁଆ ନେତା ଯଶବନ୍ତ ସିହ୍ନା । ଟିଏମସିରେ ସାମିଲ ।

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ଦଳବଦଳ ରାଜନୀତି ଜୋର୍ ଧରିଛି । ଗତକିଛି ଦିନ ହେବ ତୃଣମୂଳ କଂଗ୍ରେସର ବହୁ ମନ୍ତ୍ରୀ, ବିଧାୟକ ଏବଂ କର୍ମୀ ଦିଦିଙ୍କ ହାତ ଛାଡ଼ି ବଜେପି ହାତ ଧରୁଥିବା ଖବର ଆସୁଛି । ଏହି ସମୟରେ ବଙ୍ଗଳା ରାଜନୀତିରେ ଦେଖିବାକୁ ମିଳିଛି ଆଉ ଏକ ମୋଡ଼ । ବହୁ ଟିଏମସି ନେତା ବିଜେପିରେ ସାମିଲ ହେଉଥିବା ବେଳେ ବିଜେପି ଛାଡ଼ିଛନ୍ତି ଦଳର ପୂର୍ବତନ ଟାଣୁଆ ନେତା ଯଶବନ୍ତ ସିହ୍ନା । ସେ ବିଜେପି ଛାଡ଼ି ଦିଦିଙ୍କ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଯଶୱନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନିକଟତମ ଲୋକ ଭାବେ ବେଶ୍ ଜଣାଶୁଣା । ସେ ମଧ୍ୟ ତାଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବରେ ଦୀର୍ଘ ସମୟ କାର୍ଯ୍ୟ କରିଥିଲେ ।

ଯଶବନ୍ଦ ସିହ୍ନା
1960 ଦଶକରେ ଯଶୱନ୍ତ ସିହ୍ନା IAS ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ଏହା ପରେ, 1984 ରେ ସେ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ । ତା'ପରେ ଅଟଳ ବିହାରୀ ସରକାରରେ ଅର୍ଥ ଏବଂ ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ଏଥି ସହ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ସେ ନିଜ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ଅନେକ ଥର ସେ ମୋଦୀ ଏବଂ ଅମିତ ଶାହାଙ୍କୁ ସର୍ବସାଧାରଣ ମଞ୍ଚରେ ସମାଲୋଚନା କରିଥିଲେ । ଏହା ପରେ ତିନି ବର୍ଷ ପୂର୍ବେ ସେ ବିଜେପିରୁ ଇସ୍ତଫା ଦେଇ ରାଜନୀତିରୁ ଅବସର ଘୋଷଣା କରିଥିଲେ । ସେହି ସମୟ ମଧ୍ୟରେ ସେ କହିଥିଲେ ଯେ ଭବିଷ୍ୟତରେ ସେ କୌଣସି ପଦବୀ ଦାବି କରିବେ ନାହିଁ ।
ନିକଟରେ ବଙ୍ଗଳା ନିର୍ବାଚନ ସମୟରେ ସେ ଟିଏମସିକୁ ସମର୍ଥନ କରିପାରନ୍ତି ବୋଲି ଖବର ଆସିଥିଲା । ଏହି ସମୟ ମଧ୍ୟରେ ସେ ଶନିବାର କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହି ସମୟରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ସେ ଦଳର ସଦସ୍ୟତା ମଧ୍ୟ ନେଇଛନ୍ତି । ଏଭଳି ପରିସ୍ଥିତିରେ ସେ ଆସନ୍ତା ନିର୍ବାଚନ ପାଇଁ ବଙ୍ଗଳାରେ ଟିଏମସିକୁ ପ୍ରୋତ୍ସାହିତ କରିବେ ବୋଲି ଘୋଷଣା କରାଯାଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+