ବହିଷ୍କାର ପରେ ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ : "ଜନ ବିରୋଧୀ କାମ କରିନି", "ମୁଖ୍ୟମନ୍ତ୍ରୀ ବହୁତ ଭଲ"

ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ୱର : ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ନିଜ ବହିଷ୍କାର ସମ୍ପର୍କରେ କହିଛନ୍ତି ପ୍ରଦୀପ । "ମୁଁ କୌଣସି ଜନ ବିରୋଧୀ କାମ କରି ନାହିଁ । ଦୁଇ ବର୍ଷ ହେଲା ମୁଁ ଦୂରେଇକି ରହିଛି । ଗଞ୍ଜାମ ଜିଲ୍ଲାରେ ସଭାପତି ଥିବା ବେଳେ ମୋ ନାଁରେ ଅଭିଯୋଗ ଆସିଛି ମୁଁ ଦଳ ଫଣ୍ଡ୍ ମିସମ୍ୟାନେଜ୍ କରିଛି, ଉଦ୍ଦେଶ୍ୟମୂଳକ ଭାବରେ ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ହରେଇଛି ଓ ଦଳରେ ବିଶୃଙ୍ଖଳା କରିଛି । ଏନେଇ ମୁଁ କହି ରଖିବାକୁ ଚାହେଁ ଯେ ଏହାର ଅନୁସନ୍ଧାନ ହେଉ । ଯଦି ମୁଁ ଟଙ୍କା ଖାଇଛି ତାହେଲେ ମୁଁ ଉତ୍ତରଦାୟୀ । କେଉଁ ପ୍ରମାଣରେ ଏହି ଆରୋପ ଲଗାଇଲା ବିଜେଡି ତାର ଉତ୍ତର ରଖୁ" ବୋଲି କହିଛନ୍ତି ପ୍ରଦୀପ । ଦଳ ଭିତରେ ପ୍ରତିନିଧିମାନଙ୍କର କଥା ଶୁଣାଯାଉ ନାହିଁ । ପାର୍ଟିରେ ତୀବ୍ର ଅସନ୍ତୋଷ ରହିଛି । କିନ୍ତୁ ପ୍ରତିନିଧିମାନେ କାହିଁକି ଚୁପ୍ ରହୁଛନ୍ତି ଭଗବାନ ଜାଣନ୍ତି । ମୋ ଘର ଉପରେ ରେଡ୍ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପ୍ରଦୀପ । ନବୀନ ପଟ୍ଟନାୟକଙ୍କୁ ନେଇ କହିଛନ୍ତି ସେ ଜଣେ ବହୁତ ଭଲ ଲୋକ । ଡୁନ୍ ସ୍କୁଲର ଛାତ୍ର । ବିଗତ 20 ବର୍ଷ ମଧ୍ୟରେ ଜଙ୍ଗଲ, ଜମି ଓ ଜଳକୁ ନେଇ ଅନେକ ପରିବର୍ତ୍ତନ ଆସିଛି ।


ଆକାଶ କୁମାର ପାଠକ ସମ୍ପର୍କରେ କଣ କହିଲେ ପ୍ରଦୀପ ?

ପ୍ରଦୀପ ପାଣିଗ୍ରାହୀ
ଆକାଶ ଆଇଟିଆରରେ ପାଠ ପଢୁଥିଲେ । ଏହାପରେ ଆକାଶ ରୋମାନିଆରେ କାମ କରୁଥିଲେ । ମା'ଙ୍କ ଦେହ ଅସୁସ୍ଥ ଥିବାରୁ ଓଡ଼ିଶା ଫେରି ଆସିଥିଲେ । 2016ରେ ଜିମେଟରେ ସବୁଠାରୁ ଅଧିକ ନମ୍ବର ରଖିଥିଲେ । ପରେ ଟାଟା ଗ୍ରୁପରେ ମନୋନୀତ ହୋଇଥିଲେ ଆକାଶ । ତାଙ୍କର ସମସ୍ତ ଅସଲ କାଗଜପତ୍ର ଭିଜିଲାନ୍ସ ନେଇଯାଇଛି । ପରବର୍ତ୍ତି ସମୟରେ ଏହି ସମସ୍ତ କାଗଜପତ୍ର ମାନିପୁଲେଟ୍ ହୋଇପାରେ । ଆକାଶଙ୍କ ବାପା ଜଣେ ଭଦ୍ର ଲୋକ । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଫସା ଯାଇଛି ବୋଲି କହିଛନ୍ତି ପ୍ରଦୀପ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+