'ତୈଳଦର ବୃଦ୍ଧି ରୋକିବାକୁ ଭଲ ଉପାୟ, ପ୍ରତି ମାସରେ ହେଉ ନିର୍ବାଚନ'
ଦେଶରେ ତୈଳଦର ବୃଦ୍ଧିକୁ ରୋକିବାକୁ ଭଲ ଉପାୟ । ପ୍ରତି ମାସରେ ହେଉ ନିର୍ବାଚନ । ଦୁଇ ଦିନରେ ଦୁଇ ଟଙ୍କା ତୈଳଦର ବୃଦ୍ଧି ନେଇ ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ ।
ନୂଆଦିଲ୍ଲୀ: ଦେଶରେ ତୈଳଦର ବୃଦ୍ଧିକୁ ରୋକିବାକୁ ଭଲ ଉପାୟ । ପ୍ରତି ମାସରେ ହେଉ ନିର୍ବାଚନ । ଦୁଇ ଦିନରେ ଦୁଇ ଟଙ୍କା ତୈଳଦର ବୃଦ୍ଧି ନେଇ ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ ।

ସୂଚନାଥାଉ କି, ନିକଟ ଅତୀତରେ ପାଞ୍ଚ ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ଆଉ ଠିକ୍ ନିର୍ବାଚନ ଶେଷ ହେବା ପରେ ଗତକାଲିଠୁ ସାରା ଦେଶରେ ତୈଳଦର ବୃଦ୍ଧି ପାଇଛି ।
ସେ କହିଛନ୍ତି, "କେବଳ ନିର୍ବାଚନ ହିଁ ଦେଶରେ ତୈଳ ଦର ବୃଦ୍ଧିକୁ ରୋକିପାରିବ। ତେଣୁ ଏଣିକି ପ୍ରତି ମାସରେ ନିର୍ବାଚନ କରାଯାଉ। ଫଳରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ଆଉ ବଢ଼ିବ ନାହିଁ।"
ସେହିପରି ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ହେତୁ ମହିଳାମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ନେଇ ଶୂନ୍ୟକାଳରେ ସୁଲେ କହିଛନ୍ତି ଯେ, ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବିଜେପି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି । ଯେଉଁଠାରେ ଲୋକମାନେ ବିଜେପିକୁ ଭୋଟ୍ ଦେବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଥିଲେ। କିନ୍ତୁ ମତଦାନ ଶେଷ ହେବା ଠିକ୍ ପରେ ମୂଲ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
ମଙ୍ଗଳବାର ଭଳି ବୁଧବାର ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ୮୦ ପଇସା ଲେଖାଏ ବୃଦ୍ଧି ପାଇଛି। ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଭେମ୍ବର ୫ ତାରିଖ ପରଠାରୁ ଦେଶରେ ତୈଳଦର ସ୍ଥିର ରହିଥିଲା। ୫ ରାଜ୍ୟରେ ନିର୍ବାଚନ ଥିବାରୁ କମ୍ପାନୀଗୁଡ଼ିକ ତୈଳଦର ବୃଦ୍ଧି କରି ନଥିଲେ। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ତୈଳଦର ଆଶାତୀତ ବଢ଼ିଥିଲା। କିନ୍ତୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ନଥିଲା। କିନ୍ତୁ ଏବେ ନିର୍ବାଚନ ସରିବା କ୍ଷଣି ତୈଳଦର ବଢ଼ିବା ଆରମ୍ଭ ହୋଇଛି।












Click it and Unblock the Notifications