Get Updates
Get notified of breaking news, exclusive insights, and must-see stories!

Elections 2024: ଓଡ଼ିଶା ଉପରେ ପ୍ରଭାବ ପକାଇବ ତ ମୋଦୀ ହାୱା !

Elections 2024: ଓଡ଼ିଶା ସମେତ ସାରା ଦେଶରେ ନିର୍ବାଚନୀ ମାହୋଲ୍ । ଦେଶରେ ଲୋକସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ହେବ ମତଦାନ । ଏହାକୁ ନେଇ ବେଶ୍ ସରଗରମ ରହିଛି ରାଜନୈତିକ ପାଣିପାଗ । ହେଭିୱେଟ୍ ନେତାଙ୍କ ମାରାଥନ୍ ପ୍ରଚାର ସହ ନେତା ଓ କର୍ମୀଙ୍କ ନିଦ ହଜି ଯାଇଛି । ଶାସକ ଗଡ ବଜାୟ ରଖିବା ଲକ୍ଷ୍ୟରେ ଥିବା ବେଳେ ବିରୋଧୀ ସରକାର ଗଢିବାର ନୂଆ ଆଶା ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

Narendra Modi

ବିଶେଷତଃ ଓଡ଼ିଶାରେ ଏଥର ଦ୍ୱିମୁଖୀ ଲଢେଇ ହେଉଥିବା ଅନୁଭବ କରାଯାଉଛି । ଶାସକ ବିଜେଡ଼ି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ବୋଲି କୁହାଯାଉଛି । ଏହି ରେସ୍ ରେ ପଛରେ ପଡ଼ିଯାଇଛି କଂଗ୍ରେସ । ବିରୋଧୀ ବିଜେପି ପକ୍ଷରୁ ଅନେକ ହେଭିୱେଟ୍ ନେତା ଓଡ଼ିଶାରେ ଡେରା ପକାଇବା ସହ ମାରାଥନ୍ ପ୍ରଚାର କରୁଛନ୍ତି । ଯାହା କର୍ମୀଙ୍କ ମନୋବଳ ବଢାଇବା ସହ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ।

ଏଥି ମଧ୍ୟରେ ରାଜ୍ୟରେ ମୋଦୀ ହାୱା କେତେ ଦୂର କାମ ଦେବ ? ବିଜେପିର ଉଭୟ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟାରେ ବୃଦ୍ଧି ହେବ କି ? ଓଡ଼ିଶା ଲୋକ କାହା ସମର୍ଥନରେ ଯିବେ ? ଏଭଳି କେତେ ପ୍ରଶ୍ନ ଉଠୁଛି ।

ବିଜେପିର ହେଭିୱେଟ୍ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ମାରାଥନ୍ ପ୍ରଚାର କରୁଛନ୍ତି । ପଶ୍ଚିମ ଓଡ଼ିଶା ପରେ ବ୍ରହ୍ମପୁର, ନବରଙ୍ଗପୁରରେ ପ୍ରଚାର କରିସାରିଥିବା ବେଳେ ଆଜି (ଶୁକ୍ରବାର) କରିବେ ରୋଡ୍ ଶୋ' । ବ୍ରହ୍ମପୁର, ନବରଙ୍ଗପୁରରେ ସମାବେଶ ସମୟରେ ରାଜ୍ୟରେ ବିଜେଡ଼ି ସରକାରର ଏକ୍ସପାଏରୀ ଡେଟ୍ ଦେବା ସହ ସରକରା ଶପଥ ଗ୍ରହଣର ତାରଖ ଘୋଷଣା କରିଥିଲେ । ରାଜ୍ୟରେ ଜୁନ୍ 10 ରେ ବିଜେପି ସରକାର ଗଢିବ ବୋଲି କହିୁଥିଲେ । ଏପରିକି, ତ୍ରିପୁରାର ଉଦାହରଣ ଦେଇ ଓଡିଶାରେ ପଦ୍ମ ଫୁଟିବାର ଦମ୍ଭୋକ୍ତି ରଖିଲେ । ମୋଦୀଙ୍କ ଏହି ପ୍ରଚାର ପରେ ଫୁଲ୍ ଜୋଶରେ ରହିଛି ରାଜ୍ୟ ବିଜେପି ।

କେବଳ ମୋଦୀ ନୁହଁ, ବିଜେପିର ଗଣ୍ଡା ଗଣ୍ଡା କେନ୍ଦ୍ର ନେତୃତ୍ୱ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ମୋଦୀ ଲହରକୁ ବଢାଇବାକୁ ପ୍ରୟାସ କରୁଛନ୍ତି । ମୋଦୀଙ୍କ ଘୋଷଣାକୁ ବାରମ୍ବାର ଦୋହରାଉଛନ୍ତି ।

ସଫଳ ହେବ ତ ମୋଦୀ ଲହର !

2019 ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ପାଇଁ ଜୋରଦାର ପ୍ରତାର କରିଥିଲେ ନରେନ୍ଦ୍ର ମୋଦୀ । ଏହାର ପ୍ରଭାବ ମଧ୍ୟ ରାଜ୍ ରାଜନୀତିରେ ଦେଖିବାକୁ ମିଳିଥିଲା । ଯଦିଓ ଶାସକ ବିଜେଡ଼ି ଉପରେ ଏହାର ସେତେଟା ପ୍ରଭାବ ପଡ଼ି ନଥିଲା କିନ୍ତୁ ବିଜେପିର ଆସନ ସଂଖ୍ୟାରେ ବୃଦ୍ଧି ହୋଇଥିଲା । 2014 ନିର୍ବାଚନରେ 10 ଆସନ ପାଇଥିବା ବିଜେପି 2019 ନିର୍ବାଚନରେ ମୋଦୀ ଲହରରେ 23 ଟି ଆସନ ଅକ୍ତିଆର କରିପାରିଥିଲା । କଂଗ୍ରେସର ଆସନ କମିଥିବା ବେଳେ ଏହାର ଫାଇଦା ନେଇଥିଲା ବିଜେପି । ଏପରିକି ଭୋଟ୍ ପ୍ରତିଶତରେ ବେଶ୍ ଫରକ୍ ନଜର ଆସିଥିଲା । 2014 ରେ ବିଜେପି 18.2 ପ୍ରତିଶତ ଭୋଟ୍ ପାଇଥିବା ବେଳେ 2019 ରେ ଏହା 32.8 ପ୍ରତିଶତକୁ ବୃଦ୍ଧି ହୋଇଥିଲା ।

କିନ୍ତୁ ଶାସକ ଦଳର ଭୋଟ୍ ପ୍ରତିଶତକୁ କମ୍ କରିବାରେ ସଫଲ ହୋଇନଥିଲା ମୋଦୀ ଲହର ।

ଆଟାକ୍ - କାଉଣ୍ଟର ଆଟାକ୍

ବିଜେପିର ନେତା ମାନେ ଓଡ଼ିଶା ଗସ୍ତରେ ଆସି ମୋଦୀଙ୍କ ଲୋକପ୍ରିୟତାକୁ ନେଇ ପ୍ରଚାର କରୁଛନ୍ତି । ରାଜ୍ୟ ସରକାରଙ୍କୁ ସିଧା ସଳଖ କରୁଛନ୍ତି ଟାର୍ଗେଟ୍ । ରାଜ୍ୟ ସରକାରଙ୍କ ବିଫଳତା ଗଣିବା ସହ ରାଜ୍ୟରେ ବିଜେପିକୁ ସୁଯୋଗ ଦେବାକୁ ଅପିଲ୍ କରୁଛନ୍ତି । ଏହାର କାଉଣ୍ଟର ଆଟାକ୍ ମଧ୍ୟ କରୁଛି ଶାସକ ବିଜେଡ଼ି । ବିଜେପି କୌଣସି ଅଭିଯୋଗ ଆଣିବା ମାତ୍ରେ ବିଜେଡ଼ି ପକ୍ଷରୁ ବେଶ୍ ସକ୍ରିୟତାର ସହ କାଉଣ୍ଟର ଆଟାକ୍ କରିବା ସହ କେନ୍ଦ୍ର ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରାଯାଉଛି ।

ମନ ବଦଳାଇବେ ଭୋଟର ?

ଏହି ସବୁ ମଧ୍ୟରେ ଆଜି (ଶୁକ୍ରବାର) ମୋଦୀ ରାଜଧାନୀରେ ପୁଣି କରିବେ ପ୍ରଚାର । ରୋଡ୍ ଶୋ କରିବେ । ଏହା ପରେ କାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ମାରାଥନ୍ ପ୍ରଚାର କରିବେ । ତେବେ ମୋଦୀଙ୍କ ପ୍ରଚାର ବିଜେପି ପାଇଁ ଗେମଚେଞ୍ଜର ହେବ ତ ? 2014, 2019 ରେ ହୋଇନଥିବା ମ୍ୟାଜିକ୍ ଏଥର ହେବ ତ ? ମୋଦି ହାୱା ପଦ୍ମ ଫୁଟାଇବାରେ କେତେ ଦୂର ସହାୟକ ହେବ ତାହା ଜୁନ୍ 4 ରେ ସ୍ପଷ୍ଟ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+