Elections 2024: ବିଜେଡ଼ି କଳିର ଫାଇଦା ନେବ ବିଜେପି !

Elections 2024: ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତିରେ ଆହୁରି ସରଗରମ୍ ହୋଇଚାଲିଛି । ଦଳୀୟ ନେତାଙ୍କ ମାରାଥନ୍ ପ୍ରଚାର ସହ ଭୋଟରଙ୍କୁ ନିଜ ପକ୍ଷରେ ଆଣିବାକୁ ସେତେ ଜୋରଦାର ହେଉଛି ପ୍ରୟାସ । ଶାସକ ବିଜେଡ଼ି ଏହାର 25 ବର୍ଷର ସ୍ଥିର ଶାସନର ସଫଳତାକୁ ନେଇ ଭୋଟ୍ ମାଗୁଥିବା ବେଳେ ବିରୋଧୀ ସରକାରଙ୍କ ବିଫଳତାକୁ ଗଣାଉଛନ୍ତି ।

BJP-BJD

ଏଥି ମଧ୍ୟରେ ଚଳିତ ନିର୍ବାଚନରେ ବେଶ୍ ଚର୍ଚ୍ଚାରେ ରହିଛି ଦଳର ଅନ୍ତଃକନ୍ଦଳ । ଉଭୟ ବିଜେଡ଼ି ଓ ବିଜେପି ଦଳରେ ଲାଗି ରହିଛି କନ୍ଦଳ । ଟିକେଟ୍ କଟିବା ସହ ଦଳରେ ଅଣଦେଖା ଅଭିଯୋଗ କରି ଅନେକ ନେତା ଦଳ ଡେଇଁଛନ୍ତି । ଏପରିକି କେତେକ ନେତା ଦଳ ଛାଡ଼ି ନଥିଲେ ମଧ୍ୟ ନିର୍ବାଚନ ସମୟରେ ଅଙ୍କ ଗୋଳମାଳ କରିପାରନ୍ତି ବୋଲି ଆକଳ କରାଯାଉଛି ।

ବିଶେଷ କରି ଶାସକ ଦଳରେ ବେଶୀ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ଖଣ୍ଡପଡ଼ା, ନିମାପଡ଼ା, ବରୀ, ତେଲକୋଇ, ଆନନ୍ଦପୁର ଆଦି ଆସନରେ ଶାସକ ଦଳର ଅନ୍ତଃକନ୍ଦଳ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଖଣ୍ଡପଡ଼ାରୁ 2019ରେ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡ଼ି ଦଳ ବହିଷ୍କାର କରିବା ପରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ୍ ପାଇବା ନେଇ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ମଧ୍ୟ ନିରାଶ କରିଛି । ଦଳ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେବା ପରେ ବିଜେଡି ଛାଡ଼ିଛନ୍ତି ଅନୁଭବ । ଏହା ସହ ଅନ୍ୟତମ ଆଶାୟୀ ଗୟାଧର ପରିଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଅନୁଭବ ପଟ୍ଟନାୟକ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନାମାଙ୍କନ ଭରିଛନ୍ତି । ଏହା ବିଜେଡି ପାଇଁ ସମସ୍ୟା ହୋଇପାରେ ।ଅନୁଭବ ବିଜେଡ଼ି ଭୋଟ୍ କାଟିବା ସହ ସୌମ୍ୟ ଭିତିରିଆ ବିଜେପିକୁ ସହଯୋଗ କରିପାରନ୍ତି ବୋଲି କୁହାଯାଉଛି ।

ସେହିପରି ନିମାପଡାରୁ ବିଜେଡ଼ି ବିଧାୟକ ଥିବା ସମୀର ଦାସଙ୍କ ଟିକେଟ୍ କାଟିଛି ଦଳ । ତାଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ଦିଆଯାଇଛି । ଏହା ପରେ ସମୀର ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏପରିକି ଦିଲ୍ଲୀପଙ୍କୁ ଟିକେଟ୍ ମିଳିବା ପରେ ସମୀର ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ସମୀର ଯଦି ଶେଷ ମୁହୂର୍ତ୍ତରେ ବିଦ୍ରୋହ କରନ୍ତି ତେବେ ଏହା ଦଳ ପାଇଁ ଭାରୀ ପଡ଼ିପାରେ । ଯାହାକି ବିଜେପିକୁ ଫାଇଦା ହୋଇପାରେ ।

ତେଲକୋଇରେ ବି ସମାନ ଅବସ୍ଥା । ଦଳରେ ଅଣଦେଖା ଅଭିଯୋଗ କରି ପ୍ରଥମେ ବିଜେଡି ଛାଡି ବିଜେପିରେ ମିଶିବା ପରେ ବି ତାଙ୍କୁ ମିଳିଲାନି ଟିକେଟ୍ । ଏହା ପରେ ତେଲକୋଇରେ ବିଦ୍ରୋହ କରିପାରନ୍ତି ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକ । ସେ ଉଭୟ ବିଜେଡି ଓ ବିଜେପିର ଭୋଟ୍ କିଛି ଅଂଶ କାଟି ପାରନ୍ତି ବୋଲି ଆକଳନ କରାଯାଉଛି ।

ଏହି ସବୁ ମଧ୍ୟରେ ସମସ୍ତଙ୍କ ନଜର ଅଛି ଖୋର୍ଦ୍ଧା ଆସନ ଉପରେ । କାଳୁ ଖଣ୍ଡାୟତ ଏଥର ବିଜେପି ପାଇଁ କଣ୍ଟା ହୋଇପାରନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ସହ ନିଜ ସଙ୍ଗଠନକୁ ମଜଭୁତ କରିଥିବା କାଳୁଙ୍କୁ ଟିକେଟ୍ ନ ଦେଇ ବିଜେପି ଆମଦାନୀ ନେତା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଇଛି । ଏହା ପରେ ଅସନ୍ତୁଷ୍ଟ କାଳୁ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ନଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସିଧା ସଳଖ ଟାର୍ଗେଟ୍ କରିବା ସହ ତାଙ୍କୁ ହରାଇବାକୁ ପ୍ରଚାର କରିବେ ବୋଲି ଖୋଲା ଚେତାବନୀ ଦେଇସାରିଛନ୍ତି । ଗତଥର 74 ହଜାରରୁ ଅଧିକ ଭୋଟ୍ ପାଇଥିବା କାଳୁ ଖଣ୍ଡାୟତରାୟ ଏଥର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାସ୍ତାର କଣ୍ଟା ହୋଇପାରନ୍ତି । ଏପରିକି ଲୋକସଭା ଆସନର କିଛି ଭୋଟ୍ ସେ କାଟି ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସେହିପରି ଭୁବନେଶ୍ୱର ଏକାମ୍ରରୁ ବିଜେଡିର ଅଶୋକ ପଣ୍ଡାଙ୍କୁ ବିରୋଧ କରି ବିରଞ୍ଚି ନାରାୟଣ ମହାସୁପକାର ହୁଅନ୍ତୁ କି ଜୟଦେବରେ ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲିଙ୍କ ବିରୋଧରେ ସତ୍ୟପ୍ରିୟ ବେହେରା ଗୋଳମାଳ କରିପାରନ୍ତି ରାଜନୈତିକ ଗଣିତ । ରାଜ୍ୟ ବିଭିନ୍ନ ଅଞ୍ଚଳରେ ଏବେ ଦଳଙ୍କ ମୁଣ୍ଡବିନ୍ଧା ପାଲଟିଛନ୍ତି ସ୍ୱାଧୀନ ପ୍ରାର୍ଥୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+