Get Updates
Get notified of breaking news, exclusive insights, and must-see stories!

Election 2024: ଶେଷ ପର୍ଯ୍ୟାୟରେ କାହାର ବଢୁଛି ଜନ ସମର୍ଥନ, କଣ କହୁଛି ରାଜନୈତିକ ଅଙ୍କ...

Election 2024: ରାଜ୍ୟରେ ତିନି ପର୍ଯ୍ୟାୟରେ ସରିଛି ନିର୍ବାଚନ । ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ପ୍ରଚାର ମୈଦାନ । ଏହି ପର୍ଯ୍ୟାୟରେ 6 ଲୋକସଭା ଓ 42 ବିଧାନସଭା ଆସନ ପାଇଁ ହେବ ମତଦାନ । ତେବେ ଚତୁର୍ଥ ପର୍ଯ୍ୟାୟ ଲାଗି କାହା ପକ୍ଷରେ ରହିଛି ଜନ ସମର୍ଥନ, କେଉଁ ଆସନରେ କିଏ ଆଗୁଆ ରହୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

2019 ନିର୍ବାଚନରେ 42 ବିଧାନସଭା ଆସନରୁ ବିଜେଡ଼ି 33 ଆସନ ହାତେଇଥିଲା । ଏମିତିକି 6 ଲୋକସଭା ଆସନରୁ 4 ଟି ନିଜ ଖାତାରେ ରଖିଥିଲା ଶାସକ ବିଜେଡ଼ି । ଉପକୂଳ-ଉତ୍ତର ଓଡ଼ିଶାରେ 5ଟି ସଂସଦୀୟ କ୍ଷେତ୍ର ବିଜେଡିର ଗଡ଼ । ଆଉ ମୟୂରଭଞ୍ଜ ବିଜେପିର ଗଡ଼ । ଏଥର ନିର୍ବାଚନର ଶେଷ ପର୍ଯ୍ୟାୟରେ ଅର୍ଥାତ 1 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ହେବ । ବିଜେଡି ତା'ର ଗଡ଼କୁ ସୁରକ୍ଷିତ ରଖିବାକୁ ଜୋର୍‌ଦାର ଉଦ୍ୟମ କରୁଥିବା ବେଳେ ସାରା ଓଡ଼ିଶାରେ ସାଂଗଠନିକ ଦକ୍ଷତା ରଖିଥିବା ବଛା ବଛା ନେତା ଓ ବିଧାୟକଙ୍କୁ ଏବେ ଦାୟିତ୍ବ ବାଣ୍ଟିଦେଇଛି । ସେପଟେ ମୟୂରଭଞ୍ଜକୁ ସୁରକ୍ଷିତ ରଖି ବିଜେଡି ଗଡ଼ରେ ଧସେଇ ପଶିବାକୁ ବିଜେପି ପ୍ରସ୍ତୁତ । ପୂରା ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରି ନେତାମାନେ ଲାଗି ପଡ଼ିଛନ୍ତି। କଂଗ୍ରେସ ଗତ ଥର ଖାତା ଖୋଲି ନଥିଲା ସତ। ଏଥର କିନ୍ତୁ କିଛି ନିର୍ଦ୍ଦିଷ୍ଟ ଆସନରେ ଦଳ ବିଜେଡି ଓ ବିଜେପିକୁ କଡ଼ା ମୁକାବିଲା ଦେଉଛି ।

election

ଶେଷ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ । ପ୍ରଥମ ତିନି ପର୍ଯ୍ୟାୟରେ ଜନତାଙ୍କ ମୁଡ୍ କୁ ଲକ୍ଷ୍ୟରେ ରଖି ତୃଣମୂଳ ସ୍ତରରେ ନିଜ ସମର୍ଥନକୁ ଆହୁରି ସୁଦୃଢ କରିବାକୁ ସମସ୍ତେ ବ୍ୟସ୍ତ।
2019 ନିର୍ବାଚନରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନ ଜିତିବା ସହ ଏଠାକାର ସମସ୍ତ 7 ଟି ଲେଖାଏଁ ବିଧାନସଭା ଆସନରେ ବିଜେଡି ଜିତିଥିଲା । ଭଦ୍ରକରେ ଲୋକସଭା ଆସନ ସହ 6ଟି ବିଧାନସଭା ଆସନ ବିଜେଡି ଖାତାକୁ ଯାଇଥିଲା । କେବଳ ଧାମନଗରରେ ବିଜେପି ବିଜୟ ପତାକା ଉଡ଼ାଇଥିଲା ।

ବାଲେଶ୍ବରରେ 4ଟି ବିଧାନସଭା ଆସନରେ ବିଜେଡି ଜିତିଥିଲା । ତେବେ ଏଠାରେ ଲୋକସଭା ଆସନ ସହ ତିନିଟି ବିଧାନସଭା ଆସନ ବାଲେଶ୍ବର, ନୀଳଗିରି ଓ ବଡ଼ସାହିରେ ବିଜେପି ଜିତିଥିଲା । ଅବଶ୍ୟ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ହାତରୁ ବାଲେଶ୍ବର ଆସନଟି ଛଡ଼ାଇ ଆଣିଥିଲା ବିଜେଡି ।

ମୟୂରଭଞ୍ଜରେ ଲୋକସଭା ଆସନ ସହ 5 ଟି ବିଧାନସଭା ଆସନରେ ବିଜେପି ଜିତିଥିଲା। କେବଳ ବାଙ୍ଗିରିପୋଷି ଓ ମୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଖାତାକୁ ଯାଇଥିଲା ।

ଏହି ପର୍ଯ୍ୟାୟରେ ତିନି ଦଳର ବହୁ ମହାରଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ବିଜେଡିର ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ତୁଷାରକାନ୍ତି ବେହେରା, ଅଶ୍ବିନୀ ପାତ୍ର ଓ ସୁଦାମ ମାର୍ଣ୍ଡି, ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଭାଗ୍ୟ ପରୀକ୍ଷା ହେଉଛି।

ଅପରପକ୍ଷରେ ବିଜେପିର ବଡ଼ ଚେହେରା ମଧ୍ୟରେ ଅଛନ୍ତି ବୈଜୟନ୍ତ ପଣ୍ଡା, ମନମୋହନ ସାମଲ ଓ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ । କଂଗ୍ରେସର ହେଭିୱେଟ୍ ନେତା ନିରଞ୍ଜନ ପଟ୍ଟନାୟକ ଓ ଶ୍ରୀକାନ୍ତ ଜେନା ମଧ୍ୟ ଏହି ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ଲଢ଼େଇ ଏହି ପର୍ଯ୍ୟାୟରେ ହେଉଛି। କାରଣ ପ୍ରଥମ ତିନି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାରୁ ସମସ୍ତଙ୍କ ଫୋକସ୍‌ରେ ଏବେ ଏହି ଆସନଗୁଡ଼ିକ ରହିଛି ।

ବିଜେଡି ପକ୍ଷରୁ ଏବେ ବହୁ ନେତାଙ୍କୁ ଏହି ଆସନଗୁଡ଼ିକରେ ଦାୟିତ୍ବ ବାଣ୍ଟି ଦିଆଯାଇଛି। ନିର୍ବାଚନ ସରିଯାଇଥିବା ସ୍ଥାନଗୁଡ଼ିକର ବିଧାୟକ ଓ ଟାଣୁଆ ସଂଗଠକମାନଙ୍କୁ ଏଠାରେ ନିୟୋଜିତ କରି ପଞ୍ଚାୟତ ଜଗିବାକୁ କୁହାଯାଇଛି। କୌଣସି ପ୍ରକାର ଯେମିତି ବିଜେଡି ଗଡ଼ ହଲ୍‌ଚଲ୍ ନହୁଏ, ସେଥି ପାଇଁ ସବୁ ପ୍ରକାର କୌଶଳ ଲଗାଇ ଦିଆଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+