Get Updates
Get notified of breaking news, exclusive insights, and must-see stories!

Elections 2024: ବିଜେଡ଼ିର ଦୁଇ ହେଭିୱେଟ୍ ବନାମ ବିଜେପିର କେନ୍ଦ୍ର ନେତୃତ୍ୱ

Elections 2024: ଚଳିତ ନିର୍ବାଚନରେ ଜୋରଦାର କମ୍ପୁଛି ପ୍ରଚାର ମୈଦାନ । ପ୍ରତିଦିନ ଏକାଧିକ ରାଲି ସମାବେଶ ସହ ହେଉଛି ରୋଡ୍ ସୋ' । ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ପ୍ରଚାରର ଶେଷ ଦିନ । ଏଥି ମଧ୍ୟରେ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଥିବା ବେଳେ ମୁଖ୍ୟ ଲଢେଇ ବିଜେପି-ବିଜେଡ଼ି ମଧ୍ୟରେ ହେଉଥିବା ଦେଖିବାକୁ ମିଳୁଛି ।

ବିଜେଡ଼ି ପୁଣି ବିଜୟୀ ହୋଇ ଷଷ୍ଠ ଥର ପାଇଁ ସରକାର ଗଢିବା ଲକ୍ଷ୍ୟ ରଖିଛି । ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରଚାର କରୁଛନ୍ତି । କିନ୍ତୁ ବିଶେଷ କରି ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ପ୍ରଚାର କମାଣ ଧରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ନବୀନ ସରକାରର କାମ ସବୁ ହିସାବ ଦେବା ବିଜେଡ଼ି ସପକ୍ଷରେ ଭୋଟ୍ ମାଗୁଛନ୍ତି ।

BJP

ଅପରପକ୍ଷରେ ବିଜେପି କେନ୍ଦ୍ର ନେତୃତ୍ୱଙ୍କ ଭରସାରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ହେଭିୱେଟ୍ ନେତା ଘନ ଘନ ରାଜ୍ୟ ଗସ୍ତ କରୁଛନ୍ତି । ପ୍ରତି ଦିନ ପ୍ରାୟ କେହି ନା କେହି କେନ୍ଦ୍ର ନେତା ଓଡ଼ିଶା ଗସ୍ତରେ ଆସି ନବୀନ ସରକାରକୁ ଟାର୍ଗେଟ୍ କରୁଛନ୍ତି । ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 4 ଥର ଓଡ଼ିଶା ଗସ୍ତ କରିସାରିଲେଣି । ଶୁକ୍ରବାର ଦିନ ପୁଣି ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ବିଶାଳ ରୋଡ୍ ସୋ' କରିଥିଲେ । ଏହା ପରେ ଆଜି(ଶନିବାର) ତିନିଟି ସ୍ଥାନରେ ମାରାଥନ୍ ପ୍ରଚାର କରୁଛନ୍ତି । ଏହା ବିଜେପି କର୍ମୀ ଓ ନେତାଙ୍କ ମନୋବଳ ବଢାଇବା ସହ ସରକାର ଗଢିବା ନେଇ ଦୃଢୋକ୍ତି ରଖୁଛନ୍ତି ।

ବିଜେପିର କେନ୍ଦ୍ରୀୟ ହେଭିୱେଟ୍ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । କିନ୍ତୁ ରାଜ୍ୟ ଭାଜପା ନେତାମାନଙ୍କ ପ୍ରଭାବ ସେତେଟା ଦେଖିବାକୁ ମିଳୁନି । ଓଡ଼ିଶାରେ ଦଳ ସ୍ଥିତି ମଜବୁତ କରିବାକୁ କେନ୍ଦ୍ର ନେତୃତ୍ୱଙ୍କ ଉପରେ ଭରସା କରିଛି । କହିବାକୁ ଗଲେ, କେନ୍ଦ୍ରନେତୃତ୍ୱଙ୍କ କାନ୍ଧରେ ନିର୍ବାଚନୀ ବୈତରଣୀ ପାର୍ ହେବା ଆଶାରେ ରହିଛି ରାଜ୍ୟ ବିଜେପି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ଓଡ଼ିଶା ନିର୍ବାଚନ ରାଲିରେ ବୁଧବାର ରାଜନାଥ ସିଂହ ରାୟଗଡାରେ ପ୍ରଚାର କରିସଛନ୍ତି । ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ପ୍ରଚାର କରିବେ । ଏଥିରେ ବଲିଉଡ ଅଭିନେତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ହେମା ମାଳୀନି ମଧ୍ୟ ଅଭିଯାନର ସାମିଲ ହେବେ । କୁହାଯାଉଛି ଯେ, ଓଡ଼ିଶାରେ ଏହି ଅଭିଯାନର ନେତୃତ୍ୱ ନେବାକୁ ବରିଷ୍ଠ କେନ୍ଦ୍ରୀୟ ନେତା, ସେମାନଙ୍କ ମୁଖ୍ୟମନ୍ତ୍ରୀ ଏବଂ ଜଣାଶୁଣା ବଲିଉଡ ଅଭିନେତାଙ୍କ ଉପରେ ଓଡିଶା ଭାଜପା ଅଧିକ ନିର୍ଭର କରୁଛି ।

କିନ୍ତୁ ଅନ୍ୟପଟେ ବିଜେଡିର ପ୍ରଚାରର ମଙ୍ଗ ଧରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଦଳ କିପରି ପୁନର୍ବାର କ୍ଷମତାକୁ ଫେରିବ, ସେଥିପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦୃଢ ପ୍ରୟାସ ଆରମ୍ଭ କରିଛନ୍ତି । ଦୁହେଁ ରାଜ୍ୟର ବିଭିନ୍ନ ଜିଲାରେ ପ୍ରଚାର କରି ବିଜେଡି ଅଭିଯାନର ନେତୃତ୍ୱ ନେଉଛନ୍ତି ।

ସେପଟେ ଏହି ପ୍ରଚାର ରେସ୍ ରେ ପଛରେ ପଡ଼ିଯାଇଛି କଂଗ୍ରେସ । ଦଳ ପକ୍ଷରୁ ସେମିତି କିଛି ବଡ଼ ପ୍ରଚାର ମଧ୍ୟ ଦେଖିବାକୁ ମିଳୁନି । କିଛି ଦିନ ତଳେ ରାହୁଲ ଓଡ଼ିଶା ଆସିଥିଲେ ମଧ୍ୟ ଏହାର ପ୍ରଭାବ ସେମିତି କିଛି ଦେଖିବାକୁ ମିଳିନଥିଲା । ଏମିତିକି ରାଜ୍ୟ କଂଗ୍ରେସ ପକ୍ଷରୁ ସେତେ ବଡ଼ ରାଲି କିମ୍ବା ସମାବେଶ ମଧ୍ୟ କରାଯାଉନାହିଁ ।

ତେବେ ତିନି ଦଳର ପ୍ରଚାର ମଧ୍ୟରେ ଭୋଟର କାହା ଉପରେ ନିଜର ଆସ୍ଥା ପ୍ରକଟ କରୁଛନ୍ତି ତା ଉପରେ ରହିବ ନଜର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+