Election 2024: ରାଜଧାନୀରେ ବସ୍ତି ଭୋଟ୍ ଉପରେ ନିର୍ଭର ନେତାଙ୍କ ଭାଗ୍ୟ
Election 2024: ଚଳିତ ନିର୍ବାଚନ ମଧ୍ୟରେ ରାଜ୍ୟରେ 2ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ 2 ଟି ପର୍ଯ୍ୟାୟ ଭୋଟ୍ ବାକି ଅଛି । ଏଥିଲାଗି ପ୍ରଚାର ମୈଦାନ ବି ବେଶ୍ ସରଗରମ ରହିଛି । ଦିନରାତି ଏକ କରି ଭୋଟରଙ୍କୁ ନିଜ ପକ୍ଷରେ ଆଣିବାକୁ ସମସ୍ତ ପ୍ରୟାସ ଚଳାଇଛନ୍ତି ରାଜନୈତିତ ଦଳର ନେତା ଓ କର୍ମୀ । ଏଥିମଧ୍ୟରେ ରୋଚକ ବିଷୟ ହେଉଛି, ରାଜଧାନୀ ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ହାତରେ ରହିଛି ନେତାଙ୍କ ଭାଗ୍ୟ ।
ଭୁବନେଶ୍ୱରରେ ଥିବା 3ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଭୁବନେଶ୍ୱର ମଧ୍ୟ ଏବଂ ଭୁବନେଶ୍ୱର ଉତ୍ତର । ଏହି ସବୁ ଆସନରେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ମତଦାନକୁ ଆଉ ମାତ୍ର 3 ଦିନ ବାକି ରହିଛି । ଏହି ସମୟରେ ପ୍ରାର୍ଥୀଙ୍କ ନଜର ରହିଛି ବସ୍ତି ଭୋଟ୍ ଉପରେ । କର୍ପୋରେଟର ଓ ୱାର୍ଡସ୍ତରୀୟ ନେତାମାନେ କେଉଁ ଅଞ୍ଚଳରେ କେତେ ଭୋଟର ଅଛନ୍ତି, କେଉଁ ବର୍ଗର ଅଛନ୍ତି ତାହାର ତାଲିକା ଧରି ବୁଲୁଛନ୍ତି । ଲୋକଙ୍କୁ ନିଜଦଳ ପକ୍ଷରେ ମତଦାନ କରିବାକୁ ପ୍ରତ୍ସାହିତ କରୁଛନ୍ତି ।

ବସ୍ତି ଭୋଟ୍ ଉପରେ ନଜର
ପ୍ରତି ନିର୍ବାଚନରେ ଭୁବନେଶ୍ୱରରେ ମତଦାନ ହାର କମ୍ ରହିଥାଏ । ତେଣୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ଟାର୍ଗେଟରେ ଏବେ ବସ୍ତି ଭୋଟର୍ । 67 ଟି ୱାର୍ଡରେ 2.5 ଲକ୍ଷରୁ ଅଧିକ ବସ୍ତି ଭୋଟର ରହିଛନ୍ତି । ତେଣୁ ଏମାନେ ହିଁ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି । ସେଥିଲାଗି ସବୁ ପ୍ରାର୍ଥୀଙ୍କର ନଜର ଏବେ ଏମାନଙ୍କ ଉପରେ ରହିଛି ।
ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନ ୱାର୍ଡଗୁଡ଼ିକରେ 7 ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ଅଢ଼େଇ ଲକ୍ଷ ଭୋଟର କେବଳ ବସ୍ତି ଅଞ୍ଚଳରେ ରହୁଛନ୍ତି । ଏମିତିରେ ଭୁବନେଶ୍ବରରେ ମତଦାନ ହାର ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ କମ୍ । 2019 ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ମାତ୍ର 45% ରହିଥିଲା। ସେଥିମଧ୍ୟରୁ ଅଧିକାଂଶ ବସ୍ତି ଅଞ୍ଚଳର ଅଧିକାଂଶ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ ।
ସେହିପରି 2022 ପୌର ନିର୍ବାଚନରେ ମଧ୍ୟ ଭୁବନେଶ୍ବରରେ ମତଦାନ ହାର 50 %ରୁ କମ୍ ରହିଥିଲା । ରାଜଧାନୀରେ ବହୁ ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବାରୁ ପ୍ରାର୍ଥୀଙ୍କ ଭରସା ଏବେ କେବଳ ବସ୍ତିବାସିନ୍ଦାଙ୍କ ଉପରେ । କାରଣ ବସ୍ତି ଭୋଟରଙ୍କ ମତଦାନ ହାର 80%ରୁ ଅଧିକ ରହୁଛି । ପ୍ରାର୍ଥୀମାନଙ୍କର ଦିନକୁ ଯେତୋଟି ଶୋଭାଯାତ୍ରା, ସାଧାରଣ ସଭା ହେଉଛି ସେଥିରୁ ଦୁଇରୁ ତିନିଟି ବସ୍ତି କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ କରୁଛନ୍ତି । ବସ୍ତି ଭୋଟରଙ୍କୁ କେମିତି ହାତେଇବେ ସେଥିପାଇଁ ପ୍ରାର୍ଥୀମାନେ ବିଭିନ୍ନ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରିଛନ୍ତି ।
ଇତିମଧ୍ୟରେ ରାଜ୍ୟର ସବୁଠାରୁ ବଡ଼ ବସ୍ତି ସାଲିଆସାହି ଉପରେ ରହିଛି ଫୋକସ୍ । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଏହି ବସ୍ତିରେ ସଭାସମିତି କରି ଶକ୍ତି ପ୍ରଦର୍ଶନ କରି କାହା ସପକ୍ଷରେ କେତେ ଭୋଟ ରହିଛି ତାହାକୁ ଦେଖାଇ ସାରିଛନ୍ତି । ତେବେ ଭୋଟର ତାଲିକାକୁ ନେଇ କିଛି ସ୍ଥାନରେ ଦ୍ୱନ୍ଦ ସୃଷ୍ଟି ହୋଇଛି। କେଉଁ ଅଞ୍ଚଳର ଭୋଟର କେଉଁଠି ରହିଛନ୍ତି ତାହାକୁ ଖୋଜି ଖୋଜି କର୍ମୀମାନେ ନୟାନ୍ତ ହେଲେଣି ।
ଭୁବନେଶ୍ବରରେ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ବସ୍ତିକୁ ମିଶାଇଲେ 500 ଅଧିକ ବସ୍ତି ରହିଛି। ଏକାଧିକ ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଥଇଥାନ କରାଯାଇସରିଛି । ସେମାନେ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ରହୁଛନ୍ତି । ଯଦି ଦେଖାଯାଏ ପ୍ରାୟ ସାଢ଼େ 3ଲକ୍ଷ ଲୋକ ବସ୍ତିରେ ରହୁଥିବା ବେଳେ ସେଥିମଧ୍ୟରୁ 70% ହେଉଛନ୍ତି ମତଦାତା ।
ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନ 24 ୱାର୍ଡରେ ସର୍ବାଧିକ 1ଲକ୍ଷ 20 ହଜାରରୁ ଅଧିକ ବସ୍ତି ଭୋଟର ଥିବାବେଳେ ମଧ୍ୟ ଭୁବନେଶ୍ବରରେ 80ହଜାରରୁ ଅଧିକ ଓ ଏକାମ୍ରରେ ପ୍ରାୟ 50ହଜାରବସ୍ତି ଭୋଟର ଥିବା ପ୍ରାର୍ଥୀମାନେ ହିସାବ କରିଛନ୍ତି । ଏହାକୁ ନଜରରେ ରଖି ପ୍ରଚାର କରିବା ସହ ସେହି ଅନୁଯାୟୀ ପ୍ରତିଶ୍ରୁତି ଦେଉଛନ୍ତି ।
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ବଳ ସାଜିଛନ୍ତି ସ୍ଥାନୀୟ କର୍ପୋରେଟର । ଗତ ପୌରନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଏହା ଦଳ ପାଇଁ ବଳ ଯୋଗାଉଛି । କର୍ପୋରେଟରମାନଙ୍କୁ ପ୍ରାର୍ଥୀମାନେ ଧରି ବୁଲୁଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଅଧା ରହିଯାଇଥିବା କାର୍ଯ୍ୟକୁ ପୂରା କରିବାକୁ ଭୋଟ୍ ଦେଇ ଜିତାଇବାକୁ କହୁଛନ୍ତି ।
ସେହିପରି ବିଜେପି ପ୍ରାର୍ଥୀମାନେ ୱାର୍ଡ ସ୍ତରୀୟ ନେତା ଓ କର୍ପୋରେଟରଙ୍କୁ ସାଙ୍ଗରେ ଧରି ପ୍ରଚାରରେ ସାମିଲ ହେଉଛନ୍ତି । ସରକାରଙ୍କ ବିଫଳତା ବଖାଣିବା ସହ ପରିବର୍ତ୍ତନ ନେଇ ଆହ୍ୱାନ ଦେଉଛନ୍ତି । କଂଗ୍ରେସ ପ୍ରାର୍ଥୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବିକାଶ ପାଇଁ କଂଗ୍ରେସକୁ ଭୋଟ ଦେବାକୁ କହୁଛନ୍ତି ।
ତେବେ ରାଜଧାନୀର ତିନି ନେତାଙ୍କ ଭାଗ୍ୟ ବସ୍ତ ଭୋଟରଙ୍କ ହାତରେ ବୋଲି କହିପାରିବା । ତେବେ ଏମାନେ କାହା ସପକ୍ଷରେ ଯିବେ, ଶାସକ ଦଳର କାମକୁ ମନେ ରଖିବେ ନା ବିରୋଧୀଙ୍କ ପ୍ରତିଶ୍ରୁତିକୁ ଭରସା କରିବେ ତାହା ଉପରେ ରହିଛି ନଜର ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications