Get Updates
Get notified of breaking news, exclusive insights, and must-see stories!

Election 2024: କାହା ପକ୍ଷରେ କେନ୍ଦୁଝର ହାୱା ? କିଏ ହେବ କିଙ୍ଗ୍...

Election 2024: ଦିନ ତିନିଟା ପରେ ମତଦାନ । ଏ ନେଇ ଜୋରଦାର ହେଉଛି ପ୍ରଚାର । ବିଭିନ୍ନ ରାଜନୈତିକ ଦଳର ହେଭିୱେଟ୍ ନେତା ପ୍ରଚାର ମୈଦାନକୁ କମ୍ପାଇବା ସହ କର୍ମୀଙ୍କ ମନୋବଳ ବଢାଉଛନ୍ତି । ମତଦାନ ତାରିଖ ଯେତେ ପାଖେଇ ଆସୁଛି, ଭୋଟରଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠା ବଢୁଥିବା ନଜର ଆସୁଛି । ତେବେ ଏହି ଆସନରୁ କିଏ ହେବ କିଙ୍ଗ ? କାହା ପକ୍ଷରେ ରହିଛି ନିର୍ବାଚନୀ ହାୱା ? ଭୋଟର କାହାକୁ ନିଜର ସେବକ ବାଛିବେ ତାହା ଉପରେ ରହିଥି ସମସ୍ତଙ୍କ ନଜର ।

ଗତ କିଛି ନିର୍ବାଚନକୁ ଦେଖିଲେ କେନ୍ଦୁଝର ଲୋକସଭା ଆସନକୁ ବିଜେଡି ନିଜର ଗଡ଼ ଭାବେ ବଜାୟ ରଖିଆସିଛି । 2009 ନିର୍ବାଚନ ଠାରୁ ଏଠାରେ ବିଜେଡି ନିଜର ପତିଆରା ବଜାୟ ରଖିଛି । 2004 ରୁ 2009 ପର୍ଯ୍ୟନ୍ତ ଏହି ଆସନ ବିଜେପି ହାତରେ ଥିଲେ ମଧ୍ୟ, 2009 ଠାରୁ ବିଜେଡି ଏହି ଆସନକୁ ନିଜ ଦଖଲକୁ ନେଇଛି । ଏପରିକି ବିଜେଡି ବଡ଼ ବ୍ୟବଧାନରେ ଆସନ ନିଜ ହାତକୁ ନେଇ ଆସୁଛି ।

koenjhar Lok Sabha

ତେବେ ଚଳିତ ନିର୍ବାଚନରେ ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର । ବିଜେପି ଏହାର ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ପୁଣି ରିପିଟ୍ କରିଛି । କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ବିଜେଡି ଧନୁର୍ଜୟ ସିଦ୍ଦୁଙ୍କୁ ଫିଲ୍ଡିଂ କରାଇଛି । ସେହିପରି କଂଗ୍ରେସ ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ କରିଛି ।

ସଂରକ୍ଷିତ ଏହି ଲୋକସଭା ଆସନରେ ଅଧିନରେ ରହିଛି 7 ବିଧାନସଭା ନିର୍ବାଚନ ମଣ୍ଡଳୀ । କେନ୍ଦୁଝର ସଦର, ଚମ୍ପୁଆ, ପାଟଣା, ତେଲକୋଇ, ଘସିପୁରା, ଆନନ୍ଦପୁର ଓ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ । 2019 ସାଧାରଣ ନିର୍ବାଚନ ଉପରେ ନଜର ପକାଇଲେ ଏଠାରେ ବିଜେଡିର ପତିଆରା ଦେଖିବାକୁ ମିଳିଥିଲା । କେନ୍ଦୁଝର ଲୋକସଭା ସମେତ ଏହା ଅନ୍ତର୍ଗତ 6 ବିଧାନସଭା ହାତେଇଥିଲା ଶାସକ ବିଜେଡି । କେବଳ କେନ୍ଦୁଝର ସଦର ବିଧାୟନସଭା ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲେ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀ ।

ବିଜେଡିକୁ ଫାଇଦା ଦେବ ଚମ୍ପୁଆ ଗେମ୍!

ଗତଥର ଚନ୍ଦ୍ରାଣୀ ମୁର୍ମୁ ଏଠାରୁ ବିଜେଡି ଟିକଟରେ ଲଢ଼ି ସର୍ବକନିଷ୍ଠ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡିର ଭୋଟ୍ ପ୍ରତିଶତ ବଢିବା ସହ ବିଶାଲ ମାର୍ଜିନରେ ଆସନ ହାତେଇଥିଲା ବିଜେଡି । ଏଥିରେ 6 ବିଧାନସଭାର ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ହେଲେ ଏଥର ତାଙ୍କ ଟିକଟ କାଟି ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ କରିଛି ଦଳ । ଧନୁର୍ଜୟ ସିଦ୍ଧୁ ନବୀନଙ୍କ ଭାବମୂର୍ତ୍ତି ଓ ବ୍ରାଣ୍ଡ ଶଙ୍ଖ ଚିହ୍ନକୁ ନେଇ ମୈଦାନକୁ ଓହ୍ଲାଇଛନ୍ତି । ଏହା ସହିତ ଚମ୍ପୁଆରୁ ସନାତନ ମହାକୁଡ ବିଜେଡି ଟିକଟ ନେବାପରେ ଏହା ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେଡି ବିଜୟପଥକୁ ସୁଗମ କରିବ ବୋଲି ଆଲୋଚନା ହେଉଛି । ସେ ରାଜ୍ୟ ସରାକରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଓ ଲୋକେ ପୁଣିଥରେ ବିଜେଡିକୁ ଜିତାଇବେ ବୋଲି ଆଶା ରଖିଥିବା କହିଛନ୍ତି ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ।

ସେହିପରି ବିଜେପି-ବିଜେଡି ମେଣ୍ଟ ସମୟରେ କେନ୍ଦୁଝର ଲୋକସଭା ଆସନ ବିଜେପିର ଦୁର୍ଗ ଭାବେ ପରିଚିତ ଥିଲା । ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଏଠାରୁ 2000 ରୁ 2009 ପର୍ଯ୍ୟନ୍ତ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ତା ପରଠାରୁ ବିଜୟର ସ୍ୱାଦ ଚାଖିପାରିନାହାଁନ୍ତି । ରାଷ୍ଟ୍ରୀୟସ୍ତରରେ ଅନନ୍ତ ନାୟକଙ୍କ ବେଶ ଦବଦବା ରହିଛି । ଗତ 5 ବର୍ଷରେ ସେ ଜାତୀୟ ଜନଜାତି କମିଶନଙ୍କ ସଦସ୍ୟ ଓ ଶେଷରେ କମିଶନଙ୍କ ଉପାଧ୍ୟକ୍ଷ ପଦ ମଧ୍ୟ ହାସଲ କରିଥିଲେ । ମୋଦି ହାୱା ଏବଂ ଶାସକ ଦଳର ବିଫଳତାକୁ ଅସ୍ତ୍ର କରି କେନ୍ଦୁଝରରେ ବିଜେପି ବିଜୟ ହାସଲ କରିବ ବୋଲି ଦୃଢୋକ୍ତି ବାଢ଼ୁଛନ୍ତି ଅନନ୍ତ ।

ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସର ଜିଦ ଆଗରେ ମୁଣ୍ଡ ନୁଆଁଇ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ପ୍ରଥମେ ଏଠାରୁ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏହାପରେ ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରି ବିନୋଦ ବିହାରୀ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ନିଜର ଶାନ୍ତ ସ୍ବଭାବ ଗୁଣ ଯୋଗୁଁ ଭୋଟରମାନଙ୍କର ତାଙ୍କ ପ୍ରତି ସ୍ନେହ ସହାନୁଭୂତି ରହିଥିବା ଲକ୍ଷ୍ୟ କରାଯାଉଛି । ଏହାକୁ ଆଧାର କରି ସେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ନିଜ ସପକ୍ଷରେ ଜନମତ ଆପଣେଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଜିଲ୍ଲାରେ ବେକାରୀ ସମସ୍ୟା, ପାନୀୟ ଜଳ ସମସ୍ୟା, ଗମନାଗମନ ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସମସ୍ୟା ନେଇ ଲୋକଙ୍କ ଆସ୍ଥା ଭାଜନ ହେବା ଲକ୍ଷ୍ୟରେ ଅଛନ୍ତି ବିନୋଦ ନାଏକ । ଆଦିବାସୀ ସଂପ୍ରଦାୟର ସମସ୍ୟା ଲୋକସଭାରେ ସଠିକ ଉଠାଇବେ ବୋଲି ସେ କହିଛନ୍ତି ।

କାହା ପକ୍ଷରେ ହାୱା!

ବର୍ତ୍ତମାନର ଚିତ୍ରକୁ ପରିଲକ୍ଷିତ କଲେ. କେନ୍ଦୁଝର ଜିଲ୍ଲାର ସହରାଞ୍ଚଳରେ ଥିବା ପ୍ରାୟ 30 ପ୍ରତିଶତ ଭୋଟର ମୋଦି ହାୱାରେ ପ୍ରଭାବିତ ହୋଇ ବିଜେପି ପ୍ରାର୍ଥୀଙ୍କ ଆଡକୁ ଢଳୁଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ରାଜନୈତିକ ବାତାବରଣରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ଗ୍ରାମାଞ୍ଚଳରେ ଥିବା ଭୋଟର ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ସପକ୍ଷରେ ନିଜ ମତଦାନ କରିବା ପାଇଁ ମନ ବଳାଇଥିବା ଆଲୋଚନା ହେଉଛି । ତେଣୁ ଏଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋଦି ହାୱା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଗ୍ରାମାଞ୍ଚଳରେ କିନ୍ତୁ ନବୀନଙ୍କ ହାୱାର ବେଗ ମଧ୍ୟ ପ୍ରଖର ରହିଛି । ନିର୍ବାଚନ ପ୍ରଚାରର ଦୃଶ୍ୟପଟ୍ଟରେ ବିଜେଡି ଓ ବିଜେପି ମଧ୍ୟରେ ଏହି ଆସନକୁ ହାତେଇବା ପାଇଁ ଟଣାଓଟରା ରାଜନୀତି ଲାଗି ରହିଥିବାବେଳେ ଏହି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଲଢେଇରୁ କଂଗ୍ରେସ ସାଂସଦ ପ୍ରାର୍ଥୀ କେତେ ଫାଇଦା ଉଠାଇବେ ତାହା ଆଲୋଚନାର ବିଷୟ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+