ମତ ବଦଳାଇବେ ଘଷିପୁରା ଭୋଟର ! ଅକ୍ଷତ ରହିବ ତ ବିଜେଡ଼ି ଗଡ଼ ?

ଘଷିପୁରା: ରାଜ୍ୟ ରାଜନୀତିରେ ଫୋକସ୍ ରେ ରହିଛି ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ । ସୀମା ନିର୍ଦ୍ଧାରଣ ପର ଠାରୁ 2009 ରୁ ବିଜେଡିର ଗଡ଼ ରହିଆସିଛି ଘଷିପୁରା । ଏହି ଆସନରେ ମୁଖ୍ୟତଃ ବିଜେଡ଼ି-କଂଗ୍ରେସ ମଧ୍ୟରେ ଫାଇଟ୍ ଦେଖିବାକୁ ମିଳେ । କିନ୍ତୁ ଏଥର ରାଜନୈତିକ ଚିତ୍ର ଭିନ୍ନ ରହିଛି । ବିଜେଡ଼ି ଗଡ଼ରେ ସ୍ୱାଧୀନ କିମ୍ବା ବିରୋଧୀ ପ୍ରାର୍ଥୀ ଜନମତ ବଦଳାଇବାରେ ଲାଗି ପଡ଼ିଛନ୍ତି ।

ବିଜେଡ଼ି ଏହି ଆସନରୁ ତାର ପାରମ୍ପରିକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କୁ ଟିକେଟ୍ ଦେଇଛି । ଏହି ଆସନରୁ ପୂର୍ବରୁ କଂଗ୍ରେସ ପକ୍ଷରୁ ଭେଟେରାନ୍ ନେତା ନିରଞ୍ଜନ ପଟ୍ଟନାୟକ ଲଢୁଥିଲେ ମଧ୍ୟ ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବିଜେପି ନୂଆ ଚେହେରା ଶମ୍ଭୁନାଥ ରାଉତଙ୍କୁ ଫିଲ୍ଡିଂ କରାଇଛି । ଏହି ସବୁ ମଧ୍ୟରେ ଆସୁଛି ସ୍ୱାଧୀନ ପ୍ରାର୍ଥୀ ଚର୍ଚ୍ଚା ।

ଘଷିପୁରା ଆସନରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ସବୁ ଚର୍ଚ୍ଚା ଭିତରେ ସୌମ୍ୟ ରଞ୍ଜନ ଘଷିପୁରା ଗସ୍ତ କରିବା ଏବଂ ଲୋକକଙ୍କ ସହ ମିଶିବା ଘଟଣା ଏହି କଳ୍ପନାଜଳ୍ପନାକୁ ଆହୁରି ଖୋରାକ୍ ଯୋଗାଉଛି । ଏପରିକି ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଶାସକ ଦଳର ଅଙ୍କ ବିଗାଡ଼ିପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି ।

odisha assembly election 2024

ପୂର୍ବରୁ ରାମଚନ୍ଦ୍ରପୁର ନିର୍ବାଚନମଣ୍ଡଳୀ ଥିବା ଏହି ଆସନରେ ବର୍ତ୍ତମାନର ବିଜେଡ଼ି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ବେଶ୍ ବଦଦବା ରହିଛି । ସୀମା ନିର୍ଦ୍ଧାରଣ ପ‌ରେ 2009 ଠାରୁ ଏହି ଆସନରେ ବଦ୍ରି ବିଧାୟକ ଭାବେ ନିର୍ବାଚିତ ହୋଇ ନିଜର ଲୋକପ୍ରିୟତାକୁ ମଧ୍ୟ ବଜାୟ ରଖିଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ 2000 ମସିହାର ପୁନରାବୃତ୍ତି ଆଶା ପୁଣି ଉଦଜୀବିତ ହୋଇଛି ।

2000 ମସିହାରେ ରାମଚନ୍ଦ୍ରପୁର ନିର୍ବାଚନମଣ୍ଡଳୀରେ ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀଙ୍କୁ ବିରୋଧ କରି ବଦ୍ରିନାରାୟଣ ପାତ୍ର ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଜନସାଧାରଣ ଏହି ନିର୍ବାଚନରେ ଦଳସପକ୍ଷରେ ନ ଯାଇ ମତ ପରିବର୍ତ୍ତନ କରିଥିଲେ । ବର୍ତ୍ତମାନ 24 ବର୍ଷ ପରେ ‌ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ସେହି ଆଶା ପୁଣି ଦେଖାଦେଉଛି । ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଦଳମତ ଭୁଲି ଜନସାଧାରଣ ତାଙ୍କ ସମର୍ଥନରେ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

2000 ମସିହା ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ମଧ୍ୟରେ ରାମଚନ୍ଦ୍ରପୁର ଆସନ ବିଜେପି ଭାଗରେ ପଡ଼ିଥିଲା । ବି‌ଜେପିର ଭଗବାନ ସାହୁ ଟିକେଟ ଲବିରେ ଥିଲେ ମଧ୍ୟ ଅକ୍ଷୟ ମିଶ୍ରଙ୍କୁ ଟିକେଟ୍ ମିଳିଥିଲା । ଏହାକୁ ନେଇ ବିଜେପିରେ ଅସନ୍ତୋଷ ଦେଖା ଦେଇଥିଲା । ଅନ୍ୟପକ୍ଷରେ ବଦ୍ରି ବିଜେଡିରୁ ଟିକେଟ ଆଶାୟୀ ଥିଲେ ମଧ୍ୟ ମେଣ୍ଟ ଯୋଗୁଁ ନିରାଶ ହେବାକୁ ପଡ଼ିଥିଲା । ଏହି ସମୟରେ ଶାଳପଡ଼ାରେ ଉଭୟ ବିଜେଡି ଓ ବିଜେପି ସମର୍ଥକଙ୍କୁ ନେଇ ଏକ ବୈଠକ ବସିଥିଲା । ସର୍ବସମ୍ମତିକ୍ରମେ ବଦ୍ରି ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇ 8232 ଭୋଟ ରେ ବିଜୟୀ ହୋଇଥିଲେ ।

ଚଳିତ ନିର୍ବାଚନରେ ମଧ୍ୟ ସେପରି କିଛି ହେବା ନେଇ ଆଶା କରାଯାଉଛି । ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ପ୍ରଥମେ ବିଜେପି ଟିକେଟ୍ ରେ ଘଷିପୁରାରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଘସିପୁରାରେ ପ୍ରାର୍ଥୀ ହେବାପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିବା ନେଇ ସୌମ୍ୟ କହିବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଥିଲା । କିନ୍ତୁ ଶମ୍ଭୁନାଥ ରାଉତଙ୍କୁ ବିଜେପି ଏଠାରେ ପ୍ରାର୍ଥୀ ଘୋଷଣା କରିଛି ।
ଏହା ପରେ ଶୁକ୍ରବାର ସନ୍ଧ୍ୟାରେ ସୌମ୍ୟଙ୍କ ଆନନ୍ଦପୁରସ୍ଥିତ ବାସଭବନରେ ଏକ ବୈଠକ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇ ସୌମ୍ୟଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଥିଲା । ବର୍ତ୍ତମାନ ସୌମ୍ୟ ସ୍ୱାଧୀନ ପ୍ରାର୍ଥୀ ହେଲେ ସେ ବଦ୍ରିଙ୍କୁ ଚେକ୍ ଦେବା ସହ 2000 ମସିହାର ପୁନରାବୃତ୍ତି କରିପାରନ୍ତି ବୋଲି କୁହାଯାଉଛି ।

ତେବେ ଏବେ ପ୍ରଶ୍ନ ଉଠୁଛି, ଯଦି ସୌମ୍ୟ ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ହୁଅନ୍ତି, ତାହେଲେ ପୂର୍ବରୁ କଂଗ୍ରେସ ଟିକେଟ୍ ରୁ ଲଢୁଥିବା ନିରଞ୍ଜନ ପଟ୍ଟନାୟକଙ୍କ ଭୋଟ୍ ତାଙ୍କ ସପକ୍ଷରେ ଯିବ କି ? ନା ଯୁବ କଂଗ୍ରେସ ଚେହେରା ସୁବ୍ରତ ଚକ୍ର ଏହି ଭୋଟ୍ ବ୍ୟାଙ୍କକୁ ବଜାୟ ରଖିବାରେ ସମର୍ଥନ ହେବେ । ଏପରିକି ବିଜେଡିର ଏହି ଆସନରେ ଭଲ ଭୋଟ୍ ରହିଛି । ସେହି ଭୋଟ୍ କୁ ବଦ୍ରି ବିଜେଡ଼ି ଖାତାରେ ରଖିବାରେ ସଫଳ ହେବେ ତ ? ସାଧାରଣତଃ ଏହି ଆସନରେ ପୂର୍ବରୁ କଂଗ୍ରେସ-ବିଜେଡ଼ି ମଧ୍ୟରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳୁଥିବା ବେଳେ, ଏଥର ବିଜେପି ଓ ସ୍ୱାଧୀନ ଏହି ଲଢେଇରେ ବେଶ୍ ସକ୍ରିୟ ହୋଇ ସାମିଲ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+