ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ନିର୍ବାଚନ
ଭୁବନେଶ୍ୱର: ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ନିର୍ବାଚନ । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ଦଳ ପାଇଁ ତାଙ୍କ ମନରେ ଖୁବ୍ ସମ୍ମାନ ଏବଂ ସମର୍ଥନ ରହିଛି । ଏପରିକି ପୂର୍ବ ଅପେକ୍ଷା ଦଳ ଆହୁରି ସ୍ୱଚ୍ଛ ହୋଇଯାଇଛି । ହେଲେ ସେ କଂଗ୍ରେସରୁ ଟିକେରୁ ନିର୍ବାଚନ ଲଢିବେ ନାହିଁ ।
ଏପରି ହେଲେ ଲୋକଙ୍କ ପାଖକୁ ଭୁଲ୍ ବାତ୍ତା ଯିବ । ତେଣୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । ଜିତିବା ବିଷୟରେ ସେ ଏପର୍ଯ୍ୟନ୍ତ କିଛି ଚିନ୍ତା କରି ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି ।

ସୂଚନାଥାଉ ଯେ, ନିକଟରେ ବିଜେଡିରେ ଯୋଗ ଦେଇଥିଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଯାହା ପରେ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ୍ ମିଳିଥିଲା । ଯାହା ପରେ ଆଜି ବଡ଼ ପୁଅ ସିଦ୍ଧାର୍ଥ ସ୍ୱାଧିନ ଭାବେ ଜଟଣୀ ଆସନରୁ ନିର୍ବାଚନ ଲଢିବା ନେଇ ସୂଚନା ରହିଛି ।












Click it and Unblock the Notifications