Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ରୋକ୍

ଆଜି ନିର୍ବାଚନ ଆୟୋଗ ନେଇଛନ୍ତି ବଡ ନିଷ୍ପତ୍ତି। ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ଉପରେ ରୋକ୍ ଲଗାଇଛନ୍ତି।

ମୁମ୍ବାଇ: ନିର୍ବାଚନ ଆୟୋଗର ବଡ ନିଷ୍ପତ୍ତି । ଶିବସେନାର ଦଳୀୟ ଚିହ୍ନ 'ଧନୁତୀର'କୁ ଜବତ କରିଛନ୍ତି ନିର୍ବାଚନ ଆୟୋଗ । ଅର୍ଥାତ ଆଗାମୀ ନଭେମ୍ବର 3 ରେ ହେବାକୁ ଥିବା ମୁମ୍ବାଇ ଅନ୍ଧେରୀ ବିଧାନସଭା ଉପନିର୍ବାଚନରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଧନୁତୀର ଚିହ୍ନ ବ୍ୟବହାର କରିପାରିବେ ନାହିଁ ।

shiv sena

ନିର୍ବାଚନ ଲଢିବା ପାଇଁ ହେଲେ ନୂଆ ଚିହ୍ନର ବ୍ୟବହାର କରିବା ପାଇଁ ହେବ । ଜୁନ ମାସରେ ଶିବସେନାରୁ ବିଦ୍ରୋହ କରି ଅଲଗା ହୋଇଥିବା ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଶିବସେନା ଦଳ ସହ ଚିହ୍ନ ଉପରେ ଦାବି କରିଥିଲା । ଏହାର ଜବାବ ଦେବା ପାଇଁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଉଦ୍ଧବ ଗୋଷ୍ଠୀଙ୍କୁ ସମୟ ଦେଇଥିଲେ ନିର୍ବାଚନ ଆୟୋଗ ।

ତେବେ ଉଦ୍ଧବ ଗୋଷ୍ଠୀ ଜବାବ ଦେବା ପରେ ଆଜି ଏଭଳି ନିଷ୍ପତ୍ତି ନେଇଛି ନିର୍ବାଚନ ଆୟୋଗ । ଏହାସହିତ ଉଭୟ ଗୋଷ୍ଠୀଙ୍କୁ ଆଗାମୀ ଉପନିର୍ବାଚନ ପାଇଁ ନୁତନ ଚିହ୍ନ ଦେବା ପାଇଁ 10 ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+