ମହାରାଷ୍ଟ୍ର ନିର୍ବାଚନ: ଚିହ୍ନ କନ୍ଦଳରେ ପଡିଲା ପୂର୍ଣ୍ଣଚ୍ଛେଦ, ଉଦ୍ଧବଙ୍କୁ ମିଳିଲା ମଶାଲ
ମହାରାଷ୍ଟ୍ରରେ ନିର୍ବାଚନୀ ଚିହ୍ନକୁ ନେଇ କନ୍ଦଳ ହେଉଥିବା ବେଳେ ଉଦ୍ଧବ ଠାକରେଙ୍କୁ ମଶାଲ ଚିହ୍ନ ମିଳିଯାଇଛି।
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିକୁ ନେଇ ବର୍ତ୍ତମାନ ଚାଲିଛି ଚର୍ଚ୍ଚା । ଏବେ ନିର୍ବାଚନୀ ଚିହ୍ନକୁ ନେଇ କନ୍ଦଳ ହେଉଥିବା ବେଳେ ଉଦ୍ଧବ ଠାକରେଙ୍କୁ ମିଳିଛି ମଶାଲ ଚିହ୍ନ । ସେହିପରି ଦଳର ନାଁରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ କରାଯାଇଛି। ଅନ୍ୟପଟେ ଏକନାଥ ସିନ୍ଦେଙ୍କୁ ନିର୍ବାଚନ ଆୟୋଗ 3ଟି ବିକଳ୍ପ ମାଗିଛନ୍ତି। ସେହି ଆଧାରରେ ତାଙ୍କୁ ମଧ୍ୟ କୌଣସି ଏକ ଚିହ୍ନ ଦିଆଯିବ।

ତେବେ ଏକନାଥଙ୍କୁ ଏପର୍ଯ୍ୟନ୍ତ ନିର୍ବାଚନୀ ଚିହ୍ନ ଦିଆଯାଇ ନଥିବା କୁହାଯାଉଛି। ନିର୍ବାଚନ ଚିହ୍ନକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ ନିର୍ବାଚନ ଆୟୋଗ ଦଳର ନାଁ ଓ ଚିହ୍ନର ଭାଗ କରିଛନ୍ତି।
EC writes to Shinde faction & Thackeray faction; allots the name 'Balasahebanchi ShivSena' to Shinde faction &'ShivSena (Uddhav Balasaheb Thackeray) to Thackeray faction, declines to allot 'Trishul', 'Rising Sun' & 'Gada' as symbols as they are "not in the list of free symbols" pic.twitter.com/1oz0YMSYQk
— ANI (@ANI) October 10, 2022
ଶନିବାର ନିର୍ବାଚନ ଆୟୋଗ ଦ୍ବାରା ଶିବସେନାର ଧନୁ ତୀର ଚିହ୍ନକୁ ଜବତ କରାଯାଇଥିଲା । ସେଥିପାଇଁ ଉଦ୍ଧବଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହାପରେ ଆଜି କମିଶନ ଉଦ୍ଧବଙ୍କୁ ମଶାଲ ଚିହ୍ନ ପ୍ରଦାନ କରିଛନ୍ତି। ଅନ୍ୟପଟେ ଏକନାଥଙ୍କ ପକ୍ଷରୁ ଦିଆଯାଇଥିବା 3ଟି ଚିହ୍ନ ମଧ୍ୟରୁ କମିଶନ ଦୁଇଟି ଚିହ୍ନକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି ।












Click it and Unblock the Notifications