Get Updates
Get notified of breaking news, exclusive insights, and must-see stories!

ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା !

ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ରାଜନୈତିକ ବୟାନ ବାଜି ପରେ ବଢିଛି ବିତର୍କ । ଆଉ ସେପଟେ ରାଜନୈତିକ ଦଳଙ୍କ ଗତିବିଧି ପରେ ଆରମ୍ଭ ହେଲାଣି ଚର୍ଚ୍ଚା ।

ଭୁବନେଶ୍ୱର: ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ରାଜନୈତିକ ବୟାନ ବାଜି ପରେ ବଢିଛି ବିତର୍କ । ଆଉ ସେପଟେ ଦୁଇ ପ୍ରମୁଖ ରାଜନୈତିକ ଦଳଙ୍କ ଗତିବିଧି ପରେ ଆରମ୍ଭ ହେଲାଣି ଚର୍ଚ୍ଚା ।

ତେବେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଆଜି ନବୀନ ନିବାସରେ ବସିଛି ସମୀକ୍ଷା ବୈଠକ । ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ନବୀନ ନିବାସରେ ବସିଥିଲା ବୈଠକ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ସମେତ ଅନେକ ନେତା ଏହି ବୈଠକରେ ଉପସ୍ଥିତ ଥିଲେ ।

Early Election in Odisha

ମିଳିଥିବା ସୂଚନା ଅନୁସାରେ, ଦଳର ସମସ୍ତ ନେତାଙ୍କୁ ଏକାଠି କରି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ । ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ସମସ୍ତେ ଏକାଠି ହୋଇ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ସବୁଠୁ ବଡ କଥା ହେଉଛି ୨୪ ପୂର୍ବରୁ ନିର୍ବାଚନ ହେବାର ବି ସମ୍ଭାବନା ରହିଛି । ତେଣୁ ଦଳୀୟ ନେତାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ଜଣାପଡିଛି ।

ସେହିପରି ଉପନିର୍ବାଚନ ବେଳେ ପଦ୍ମପୁରବାସୀଙ୍କୁ କି କି ପ୍ରତିଶ୍ରୁତି ଦିଆଯାଇଥିଲା ? କେଉଁ ପଞ୍ଚାୟତରେ କଣ ସମସ୍ୟା ରହିଛି ? ସେନେଇ ରିପୋର୍ଟ ଦେବାକୁ ଦାୟିତ୍ୱରେ ଥିବା ନେତାମାନଙ୍କୁ କୁହାଯାଇଛି । ସେମାନଙ୍କ ରିପୋର୍ଟ ଆଧାରରେ ଆଲୋଚନା ହେଉଛି । ଏଥସହ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ନେଇ କରାଯାଇଛି ଆଲୋଚନା ।

ସେପଟେ ନବୀନ ନିବାସରେ ସମୀକ୍ଷା ବୈଠକ ପରେ ବିଜେଡି ନେତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପଦ୍ମପୁର ଯିବେ ବିକାଶ କାମ ଦେଖିବେ, ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ ଆଗୁଆ ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତ ଥିବା କହିଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ୨୦୨୩ର ଶେଷ ଭାଗରେ ଯଦି ସାଧାରଣ ନିର୍ବାଚନ ହୁଏ ତେବେ ଆମେ ପ୍ରସ୍ତୁତ ଅଛୁ । ଚାଷୀ, ମହିଳା ନିର୍ଯାତନା, ବେରୋଜଗାରୀ ଭଳି ୩ଟି ମୁଦ୍ଦାକୁ ନେଇ ଓହ୍ଲାଇବ ବିଜେପି । ତାହା ସହ ୨୦୨୪ରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ନେଇ ଯୋଜନା ପ୍ରସ୍ତୁତ ହେବ ବୋଲି ପୃଥ୍ୱୀରାଜ କହିଛନ୍ତି ।

କହିରଖୁ କି, କିଛିଦିନ ତଳେ ରାଜ୍ୟରେ ଆଗୁଆ ନିର୍ବାଚନ ହୋଇପାରେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ ରାଜ୍ୟରେ କୁଆଡେ ଆଗୁଆ ନିର୍ବାଚନ ହେବ ନେଇ ଶୁଣା ଯାଉଛି । ପରେ କେନ୍ଦ୍ରମନ୍ତ୍ରୀଙ୍କ କଥାରେ ସହମତି ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରୟଣ ମିଶ୍ର କହିଥିଲେ, ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇଯିବ । ନବୀନ ପଟ୍ଟନାୟକ ନିର୍ବାଚନକୁ ଆଗୁଆ କରି ଦେବେ ।

୨୦୧୯ରୁ ଏହା ଭିତରେ ୭ଟି ଉପ ନିର୍ବାଚନରୁ ୬ଟିରେ ଦଳ ଜିତିଛି । କିନ୍ତୁ ପଦ୍ମପୁର ଉପ ନିର୍ବାଚନ ବିଜେଡି ପାଇଁ ସ୍ୱତନ୍ତ୍ର ଥିଲା। ପଦ୍ମପୁର ଅପେକ୍ଷା ବିଜେପୁର ଓ ବ୍ରଜରାଜନଗରରେ ବିଜେଡି ଅଧିକ ମାର୍ଜିନରେ ଜିତିଛି । କିନ୍ତୁ ପାର୍ଟି ଓ ନେତାଙ୍କ ଭିତରେ ପଦ୍ମପୁର ବିଜୟ ଭରିଛି ନୂଆ ଉତ୍ସାହ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+