ଓଡି଼ଶାରେ ହେବ କି ଆଗୁଆ ନିର୍ବାଚନ ? ସତ ହେବ କି ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ?
Early Election in Odisha: ଓଡି଼ଶାରେ ହେବ କି ଆଗୁଆ ନିର୍ବାଚନ ? ସତ ହେବ କି ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ? ଇସାରା ଦେଉଛି ଇଭିଏମ ଆସିବା ।
ଆଜି (ମଙ୍ଗଳବାର) ସକାଳେ ପୁରୀ ଜିଲ୍ଲା ଇଭିଏମ ମେସିନ୍ ଓ ଭିଭିପାଟ୍ ରଖାଯାଉଥିବା ଗୋଦାମ ଗୃହରେ ପହଞ୍ଚିଛି ଇଭିଏମ । ନିର୍ବାଚନ କମିଶନ ପଠାଇଥିବା ଇଭିଏମ ମେସିନଗୁଡିକୁ ଗୋଦାମ ଗୃହରେ ସୁରକ୍ଷିତ ଭାବେ ରଖାଯାଇଛି ।

ସୂଚନା ଅନୁସାରେ ହାଇଦ୍ରାବାଦରୁ କଡା ସୁରକ୍ଷା ମଧ୍ୟରେ ଏହି ସବୁ ଇଭିଏମକୁ ପୁରୀ ଅଣାଯାଇଛି । ମୋଟ ୬ଟି ଟ୍ରକରେ ୬୩୦ଟି ବାକ୍ସରେ ୮ ହଜାର ୨ଶହ ଇଭିଏମ ଆସିଛି । ଆଉ ଇଭିଏମ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଛି । ତେବେ ଏହା ନିର୍ବାଚନ ପ୍ରସ୍ତୁତି ବୋଲି ଅନୁମାନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୋଟ ୨୮ଟି ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମଗୁଡ଼ିକୁ ରଖାଯାଇଛି । ଏହା ରୁଟିନ କାର୍ଯ୍ୟକ୍ରମ । EVMକୁ ଭଲ ଭାବେ ଯାଞ୍ଚ କରାଯିବା ପରେ ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଉଲ୍ଲେଖଥାଉ କି, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବା କଥା କଥା କହିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରିବା, ବଡ ବଡ ଜନସଭାରେ ଯୋଗ ଦେବା ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ତେବେ ନିର୍ବାଚନ କେବେ ହେବ ଏହା ସ୍ପଷ୍ଟ ହୋଇ ନଥିଲେ ବି ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ପ୍ରମୁଖ ରାଜନୈତିକ ଦଳ ।












Click it and Unblock the Notifications