ଆଜିଠୁ 11ଦିନିଆ US ଗସ୍ତରେ ଜୟଶଙ୍କର
ଆଜିଠୁ 11 ଦିନିଆ ୟୁଏସ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଆମେରିକାରେ ଆୟୋଜିତ 77ତମ ଜାତିସଂଘ ସାଧାରଣ ପରିଷଦର ବୈଠକରେ ଯୋଗଦେବେ ସେ ।
ନୂଆଦିଲ୍ଲୀ: ଆଜିଠୁ 11 ଦିନିଆ ୟୁଏସ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଆମେରିକାରେ ଆୟୋଜିତ 77ତମ ଜାତିସଂଘ ସାଧାରଣ ପରିଷଦର ବୈଠକରେ ଯୋଗଦେବେ ସେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜାତିସଂଘ ସାଧାରଣ ପରିଷଦ ସହ କ୍ୱାଡ, ବ୍ରିକ୍ସ ଏବଂ ଅନ୍ୟାନ୍ୟ ପ୍ରମୁଖ ଗୋଷ୍ଠୀର ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ।

ବହୁପକ୍ଷବାଦରେ ସୁଧାର ପାଇଁ ଭାରତର ଦୃଢ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଜି ୪ ରାଷ୍ଟ୍ର ଭାରତ, ବ୍ରାଜିଲ,ଜାପାନ, ଜର୍ମାନର ଏକ ମନ୍ତ୍ରୀସ୍ତରୀୟ ବୈଠକ ହେବ । ଏହା କାର୍ଯ୍ୟକ୍ରମକୁ UNGAର 77ତମ ସଭାପତି ସମ୍ବୋଧନ କରିବେ ବୋଲି ଜଣାପଡିଛି । ଏନେକ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଓ UNDP ପ୍ରଶାସକ ଏଥିରେ ସାମିଲ ହେବେ ।












Click it and Unblock the Notifications