ପ୍ରେମ ବିବାହ କରିଥଲେ ମୁର୍ମୁ , ଯୌତୁକରେ ଆଣିଥିଲେ ଗାଈ, ବଳଦ
ପ୍ରେମ ବିବାହ କରିଥଲେ ମୁର୍ମୁ । ଯୌତୁକରେ ଆଣିଥିଲେ ଗାଈ, ବଳଦ ଓ 16 ଯୋଡି ପୋଷାକ ।
ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଦେଶର ୧୫ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ପଦବୀରେ ଆସିତ ହେବାକୁ ଥିବା ପ୍ରଥମ ଆଦିବାସୀ ମହିଳା ମୁର୍ମୁ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବରେ ଶପଥ ନେବେ। ସାଧାରଣ ଆଦିବାସୀ ପରିବାରରୁ ବିଶ୍ବର ବୃହତ୍ତମ ଗଣତନ୍ତ୍ରର ମୁଖିଆ ହେବାକୁ ଯାଉଥିବା ମୁର୍ମୁଙ୍କ ଜୀବନ ଗତି କରିଛି ଅନେକ ଜଟିଳ ସାମାଜିକ ଦୁଃସ୍ଥିତିକୁ ନେଇ ଜୀବନରେ କେତେ ଉତ୍ଥାନ ପତନ ଦେଇ ସେ ଗତି କରିଛନ୍ତି,ଆସନ୍ତୁ ଜାଣିବା...

ଜୁନ୍ 20, 1958ରେ ଓଡିଶାର ମୟୂରଗଞ୍ଜ ଜିଲ୍ଲାର ବୈଦପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିବା ନବ ନିର୍ବାଚିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଲାଦିନରୁ ଖୁବ ପ୍ରତିଭାଶାଳୀ ଥିଲେ, ପାଠପଢା ପ୍ରତି ତାଙ୍କର ଖୁବ ଆଗ୍ରହ ରହିଥିଲା। ଫଳରେ ନିଜ ଗାଁରୁ ବାହାରକୁ ଯାଇ ରାଜଧାନୀ ଭୁବନେଶ୍ୱରର ଏକ କଲେଜରେ ପାଠ ପଢିଥିଲେ । ସେ ତାଙ୍କ ଗାଁର ପ୍ରଥମ ଝିଅ ଥିଲେ ଯିଏ କଲେଜରେ ପଢାପାଇଁ ସହର ଯାଇଥିଲେ।

1969ରୁ 1973 ପର୍ଯ୍ୟନ୍ତ ଏକ ଆଦିବାସୀ ଆବାସିକ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଦ୍ରୌପଦୀ ଭୁବନେଶ୍ୱରର ରମାଦେବୀ କଲେଜରେ ସ୍ନାତକ ହାସଲ କରିଥିଲେ । କଲେଜ ପଢିବା ସମୟରେ ପ୍ରଥମେ ଶ୍ୟାମ ଚରଣ ମୁର୍ମୁଙ୍କ ସହ ପରିଚୟ ହୋଇଥିଲା । ପ୍ରଥମେ ଦୁହେଁ ବନ୍ଧୁ ହୋଇଥିଲେ । ବରବର୍ତ୍ତୀ ସମୟରେ ଏହି ବନ୍ଧୁତା କେତେ ବେଳେ ଯେ ପ୍ରେମରେ ପରିବର୍ତ୍ତିତ ହୋଇଗଲା ତାହା ଜଣାପଡିଲା ନାହିଁ ।
ପ୍ରେମ ବିବାହର ନାଟକୀୟ ଘଟଣାକ୍ରମ:
ଦୁହେଁ ଦୁହିଁଙ୍କୁ ପ୍ରେମ କରି ବସିଥିଲେ ଏବଂ ବିବାହ କରିବା ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେହି ସମୟରେ ପ୍ରେମ କରିବା ବିଲକୁଲ୍ ସହଜ ନଥିଲା, ତେଣୁ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଏନେଇ ବହୁତ କଷ୍ଟ ସହିବାପାଇଁ ପଡିଥିଲା । ବିବାହ କଥା ଘରେ ଜଣାଇବା ପରେ ଦ୍ରୌପଦୀଙ୍କ ପରିବାର ଏହାର ବିରୋଧ କରିବା ସହ ଦ୍ରୌପଦୀଙ୍କୁ ଏଥିରୁ ଓହରି ଯିବାକୁ କହିଥିଲେ । ଅନେକ ମନାନ୍ତର ଓ ମତାନ୍ତର ପରେ ମଧ୍ୟ ହାର ମାନିନଥିଲେ ଶ୍ୟାମ ଚରଣ । ନିଜ ପ୍ରେମକୁ ସଫଳ କରିବା ପାଇଁ ସେ ତାଙ୍କର କିଛି ସଂପର୍କୀୟଙ୍କ ସହ ଦ୍ରୌପଦୀଙ୍କ ମୟୁରଭଞ୍ଜ ସ୍ଥିତ ଘରେ ପହଞ୍ଚିଥିଲେ । ପ୍ରେମିକା ଦ୍ରୌପଦୀଙ୍କ ପିତା ବିରଞ୍ଚି ନାରାୟଣ ଟୁଡୁଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଲଗାତର ତିନି ଦିନ ଧରି ଶ୍ୟାମ ଚରଣ ଦ୍ରୌପଦୀଙ୍କ ପିତା ବିରଞ୍ଚିଙ୍କୁ ବୁଝାଇଥିଲେ। ଅନେକ ଚିନ୍ତା କରିବା ପରେ ଉଭୟଙ୍କ ପ୍ରେମ ଆଗରେ ହାର ମାନି ଯାଇଥିଲେ ଦ୍ରୌପଦୀଙ୍କ ପିତା । ଶେଷରେ ବିବାହ ପାଇଁ ହଁ ଭରିଥିଲେ । 1980 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦ୍ରୌପଦୀ ଏବଂ ଶ୍ୟାମ ଚରଣ ମୁର୍ମୁ।
ଯୌତୁକରେ ମିଳିଥିଲା ଏହି ସବୁ ଉପହାର:
ପୂର୍ବରୁ ସାନ୍ଥାଳ ସମ୍ପ୍ରଦାୟର ଜଣେ ଝିଅକୁ ବିବାହ କରିବାକୁ ହେଲେ ବର ପକ୍ଷକୁ ଯୌତୁକ ଦେବାକୁ ପଡୁଥିଲା । ତେବେ ଦ୍ରୌପଦୀଙ୍କ ବିବାହ ବେଳେ ଶ୍ୟାମ ଚରଣ ମୁର୍ମୁ ଯୌତୁକ ବାବଦକୁ ଏକ ଗାଈ, ବଳଦ ଏବଂ ୧୬ ଯୋଡା ପୋଷାକ ଦେଇଥିଲେ । ଏସବୁ ଉପହାର ସହ ଏକ ଭୋଜିର ଆୟୋଜନ ମଧ୍ୟ କରିଥିଲେ। ବିବାହ ଉତ୍ସବରେ ନାଲି ହଳଦିଆ ଚିକେନର ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ଗ୍ରାମବାସୀ ଖୁବ ଆଗ୍ରହର ସହିତ ଖାଇଥିଲେ ।
ଆରମ୍ଭ ହେଲା ବିଚ୍ଛେଦର ବେଳ:
ଏତେ ସଂଘର୍ଷ କରି ବିବାହ ପରେ ଯନ୍ତ୍ରଣା ସରିଯିବ ବୋଲି ଦ୍ରୌପଦୀ ମୁର୍ମୁ ଭାବିଥିଲେ । କିନ୍ତୁ ଭାଗ୍ୟରେ ଯାହା ଅଛି ତାକୁ ବା କିଏ ଏଡାଇ ପାରିବ। ସେହି ଦୁଃଖ ଦ୍ରୌପଦୀଙ୍କ ଜୀବନରେ ମଧ୍ୟ ଘଟିଲା । ବିବାହ ପରେ ମୁର୍ମୁଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅଙ୍କୁ ହସ ଖୁସିରେ ପରିବାର ଚାଲିଥିଲା । ହେଲେ ହଠାତ ଜୀବନ ଆକାଶରେ କଳାବାଦଲ ଛାଇଗଲା। 2014 ମସିହାରେ ହଠାତ ହୃଦଘାତ ହେବାରୁ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପରଲୋକ ଘଟିଲା । ଏତିକିରେ ସରିନଥିଲା ଦୁଃଖ, ହଠାତ ଦ୍ରୌପଦୀଙ୍କ ଦୁଇ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଯାହା ଦ୍ରୌପଦୀଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲା ।

ଜୀବନ ଯୁଦ୍ଧରେ ହାରି ନଥିଲେ ଦ୍ରୌପଦୀ:
ଜୀବନର କରାଳ ଯୁଦ୍ଧରେ ହାରି ନଥିଲେ ଦ୍ରୌପଦୀ। ଭାଙ୍ଗି ପଡିବା ପରିବର୍ତ୍ତେ ଦ୍ରୌପଦୀ ଆହୁରି ମାନସିକ ସ୍ତରରେ ଶକ୍ତିଶାଳୀ ହୋଇଥିଲେ । ନିଜ ଝିଅକୁ ନେଇ ସେ ଶିକ୍ଷକତା କରି ପରିବାର ଚଳାଉଥିଲେ । ମନରେ ଦୁଃଖର ପାହାଡ ଥିଲେ ମଧ୍ୟ ତିଳେ ହେଲେ ପଦାକୁ ଜଣାପଡୁନଥିଲା । ବିବାହ ପରେ ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ଏବଂ ତେଣୁ ଯେଉଁ ଘରେ ସେ ବିବାହ କରିଥିଲେ, ସେହି ଘରକୁ ଏକ ବିଦ୍ୟାଳୟରେ ପରିଣତ କରିଥିଲେ। ସେଠାରେ ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ । ଏହାପରେ ଧିରେ ଧିରେ ସେ ରାଜନୀତି ପ୍ରତି ଆକୃଷ୍ଠ ହୋଇ ପଞ୍ଚାୟତ ନିର୍ବାଚନରୁ ନିଜର ରାଜନୀତି ଜୀବନର ପ୍ରାରମ୍ଭ କରିଥିଲେ । ସେବେଠାରୁ କେବେ କେଉଁଠି ହାରି ନଥିବା, ବିବାଦ ଭିତରେ ଛନ୍ଦି ହୋଇ ନଥିବା ଦ୍ରୌପଦୀ ଆଜି ଦେଶର ସର୍ବୋଚ୍ଚ ଦାୟୀତ୍ବ ନିଭାଇବା ପାଇଁ ନିର୍ବାଚିତ ହୋଇଛନ୍ତି।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications