ଓଡିଶା ଭବନରୁ ବାହାରିଲେ ଦ୍ରୌପଦୀ ମୁର୍ମୁ; କିଛି ସମୟ ପରେ ଦାଖଲ କରିବେ ପ୍ରାର୍ଥିପତ୍ର

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ପ୍ରାର୍ଥିପତ୍ର ଦାଖଲ ହେବ।

ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ପ୍ରାର୍ଥିପତ୍ର ଦାଖଲ ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଭବନରୁ ବାହାରି ସାରିଲେଣି । ସୂଚନାନୁସାରେ, ସେ ସଂସଦ ଗୃହରେ 12ଟା ସମୟରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ।

Draupadi to file candidature

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ।ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ବି ଉପସ୍ଥିତ ରହିବେ । ଅନ୍ୟପକ୍ଷରେ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନା ଜୁନ୍ 27 ରେ ନିଜର ନାମାଙ୍କନପତ୍ର ଦାଖଲ କରିପାରନ୍ତି ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି। ତେବେ ନାମାଙ୍କନ ସମୟରେ ସେ ନିଜେ ଉପସ୍ଥିତ ରହିବେ ନାହିଁ। ତାଙ୍କ ତରଫରୁ ଦଳର ସାଂସଦ ବିଜୟ ସାଇ ରେଡ୍ଡୀ ଏବଂ ମିଥୁନ୍ ରେଡ୍ଡୀ ଉପସ୍ଥିତ ରହିବେ।

ମୁର୍ମୁଙ୍କ ନାମାଙ୍କନପତ୍ର ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ପ୍ରସ୍ତାବକ ତଥା ସମର୍ଥକ ମାନଙ୍କର ଦସ୍ତଖତ ନିଆଯାଇଛି। ନାମାଙ୍କନ ପତ୍ରରେ ମଧ୍ୟପ୍ରଦେଶର ସିଏମ୍ ଶିବରାଜ ସିଂ ଚୌହାନ ପ୍ରଥମ ସମର୍ଥକ ହୋଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ମୁଁ ଅତ୍ୟନ୍ତ ଭାଗ୍ୟବାନ ଯେ ମୁଁ ପ୍ରଥମ ସମର୍ଥକ ଭାବରେ ଭାରତର ପ୍ରଥମ ଆଦିବାସୀ ତଥା ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କରିବାର ସୁଯୋଗ ପାଇଛି।

ଓଡ଼ିଶାର ଦୁଇ ମନ୍ତ୍ରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ସିଂହ ଯୋଶୀଙ୍କ ବାସଭବନ ଯାଇ ସେଠାରେ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଥିଲେ। ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ସମର୍ଥନ କରିବାକୁ ମନା କରିଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+