ରାଇରଙ୍ଗପୁରରୁ ରାଇସିନା ହିଲ: ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ
ଦେଶର 15ତମ ରାଷ୍ଟ୍ରପତି ହେଲେ ଓଡିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ରାଇସିନା ହିଲ୍ ଦୌଡ଼ରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପ୍ରତିଦ୍ବନ୍ଦିତା କରୁଥିଲେ ।
ନୂଆଦିଲ୍ଲୀ : ଦେଶର 15ତମ ରାଷ୍ଟ୍ରପତି ହେଲେ ଓଡିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ରାଇସିନା ହିଲ୍ ଦୌଡ଼ରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପ୍ରତିଦ୍ବନ୍ଦିତା କରୁଥିଲେ । 5 ଲକ୍ଷ ଭୋଟରେ ବିଜୟୀ ଲାଭ କଲେ ଦ୍ରୌପଦୀ ମୁର୍ମୁ । ଗତ 18 ତାରିଖରେ ଏ ନେଇ ହୋଇଥିଲା ମତଦାନ ।

ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଏହାସହ ଭାରତ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ।ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଘୋଷଣା ହେବାର ଢେର ପୂର୍ବରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ପ୍ରାୟ 1600 କିମି ଦୂର ତାଙ୍କ ଜନ୍ମମାଟି ମୟୂରଭଞ୍ଜ ସମେତ ରାଇରଙ୍ଗପୁର ଓ ଉପରବେଡାରେ ବିଜୟ ଉତ୍ସବ ଜାରି ରହିଛି । ବିଜୟୀ ଲାଭ ପରେ ସାରା ଦେଶରୁ ଦ୍ରୌପଦୀଙ୍କୁ ଶୁଭେଛା ଆସିବାରେ ଲାଗିଛି ।ସେପଟେ ଦ୍ରୌପଦୀଙ୍କ ବିଜୟ ପରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବିଜେପି ଅଧ୍ୟକ୍ଷଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସଦସ୍ୟ ତାଙ୍କ ବାସଭବନକୁ ଯାଇ ଅଭିନନ୍ଦନ ଶୁଭେଛା ଜଣାଉଛନ୍ତି ।
ଅନ୍ୟପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟ ସମେତ ସମସ୍ତ ରାଜ୍ୟର ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରୁଛନ୍ତି । ଦ୍ରୌପଦୀଙ୍କ ବିଜୟ ପରେ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା କହିଛନ୍ତି ମତେ ବିଶ୍ବାସ ଅଛି ଦ୍ରୌପଦୀ ମୁର୍ମୁ ଜଣେ ପିପୁଲ୍ସ ରାଷ୍ଟ୍ରପତି ହେବେ । ତଥା ଲୋକଙ୍କ ରାଷ୍ଟ୍ରପତି ହେବେ ।












Click it and Unblock the Notifications