Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ଆରମ୍ଭ ହେଲା କି ଅପରେସନ ଲୋଟସ୍? ମମତାଙ୍କ ସ୍ଥାନରେ ମନମୋହନ ଯିବେ କି ରାଜ୍ୟସଭା ? ନା ସମୀର...

ବିଜେଡ଼ି ସାଂସଦ ମମତା ମହନ୍ତ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ଏହି ସୂଚନା ଦେଇଛନ୍ତି । ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ସେ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ତେବେ ଆଶ୍ଚର୍ୟ୍ଯ ଯେ, ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ସେ ଇସ୍ତଫା ଦେଇଛନ୍ତି ।

ତେବେ ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ । ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ । ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ।

Rajya Sabha

ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଚାହିଁଲେ ବି ନିଜର ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇବା ସମ୍ଭବପର ନୁହେଁ । କାରଣ ଚଳିତ ବିଧାନସଭାରେ ବିଜେପି ଓ ସମର୍ଥିତ ସଦସ୍ୟଙ୍କ ସଂଖ୍ୟା ୮୧ ଥିବାବେଳେ ବିଜେଡିର ମାତ୍ର ୫୧ଜଣ ସଦସ୍ୟ ଓ କଂଗ୍ରେସର ୧୪ଜଣ ସଦସ୍ୟ ଅଛନ୍ତି। ତେଣୁ ରାଜ୍ୟସଭା ପାଇଁ ଯିଏ ବି ପ୍ରାର୍ଥୀ ହେବ ସେ ବିଜେପିର ପ୍ରଥମ ପସନ୍ଦ ଭୋଟରେ ବିଜୟୀ ହେବା ନିଶ୍ଚିତ ।

ମମତାଙ୍କ କାର୍ଯ୍ୟକାଳ ସରିବାରୁ ଆଉ ୨୧ମାସ ରହିଥିଲା। ତେବେ ସେ ରାଜ୍ୟ ସଭାରୁ ଇସ୍ତଫା ଦେବା ଦ୍ୱାରା ବିଜେଡିର ଏମପି ସଂଖ୍ୟା ୮କୁ ଖସି ଆସିଛି । ତେବେ ତାଙ୍କ ବଦଳରେ ଏବେ ବିଜେଡି ନୁହେଁ ବିଜେପି ରାଜ୍ୟ ସଭାକୁ କାହାକୁ ପଠାଇବ ତା' ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସାଧାରଣରେ ଚର୍ଚ୍ଚା ହେଉଛି ମନମୋହନ ସାମଲ କି ସମୀର ଦାଶଙ୍କୁ ରାଜ୍ୟ ସଭା ପଠାଯିବାର ଆଲୋଚନା ହେଉଛି ।

ଚଳିତ ବିଧାନସଭାରେ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଛି । ହେଲେ ଚାନ୍ଦବାଲିରୁ ସେ ବ୍ୟୋମକେଶ ରାୟଙ୍କ ଠାରୁ ହାରି ଯାଇଥଲେ । ହାରିବା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଏବେ ସେ ରାଜ୍ୟସଭା ଯାଇପାରନ୍ତି । ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜିତିବା ପଛରେ ସମୀର ଦାସ ବିନ୍ଧାଣି ବୋଲି କୁହାଯାଉଛି । ତେଣୁ ଦଳ ତାଙ୍କ ଆଡେ ଚାହିଁପାରେ । ତେବେ ଏସବୁ ଭିତରେ ଅପରେସନ ଲୋଟସ୍ ଓଡ଼ିଶାରେ ଆରମ୍ଭ ହେଲା ବୋଲି ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ।

୨୦୨୦ ମସିହାରେ ଓଡ଼ିଶାରେ ୪ ଗୋଟି ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ସେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ରଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ରାଜନୀତିର ଆରମ୍ଭରୁ ମମତା ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରି ୨୦୧୨ ମସିହାରେ ବିଶୋଇ ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରୁ ଜିଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପାଇଁ ତାଙ୍କର କୁଦୁମୀ ଆଦିବାସୀ ସମ୍ପ୍ରଦାୟର ଭୋଟ୍ ସଂଗ୍ରହର ମୂଳଭାର ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+