ଧର୍ମେନ୍ଦ୍ର ବନାମ ବବି ସୋସିଆଲ ମିଡିଆ ୱାର୍; ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେପି ଓ ବିଜେଡି ବଳ କଷାକଷି
ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଲାଗି ରହିଛି ବଳ କଷାକଷି । ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ସୋସିଆଲ ମିଡିଆ ୱାର୍ । ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ବବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଧର୍ମେନ୍ଦ୍ର ଏକ୍ସରେ ଲେଖିଛନ୍ତି , ସ୍ଵାଧୀନତାର ୭୬ ବର୍ଷ ପରେ ବି ଗାଁକୁ ରାସ୍ତା ନଥିବାରୁ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରୁନି । ରୋଗୀଙ୍କୁ ଭାରରେ, ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି ।
ଓଡ଼ିଶାରେ ନୂଆପିଢିର ପିଲାମାନେ ଅପପୃଷ୍ଟିର ଶିକାର।ଓଡ଼ିଶାରେ ୧୯% ଶିଶୁ ଜନ୍ମ ବେଳେ କମ ଓଜନ ହୋଇଥିବା ବେଳେ ୩୧% ଶିଶୁ ବୟସ ଅନୁସାରେ ଉଚ୍ଚତା କମ, ୧୮% ଶିଶୁ ଉଚ୍ଚତା ଅନୁସାରେ ଓଜନ କମ ଏବଂ ୬୪% ଶିଶୁ ଓ ୬୨% ମହିଳା ରକ୍ତହୀନତାରେ ପୀଡ଼ିତ ।

ସରକାରୀ ଡାକ୍ତରଖାନା ନାହିଁ, ଡାକ୍ତରଖାନା ଥିଲେ ସେଠାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥକର୍ମୀଙ୍କ ଘୋର ଅଭାବ । ଜିଲ୍ଲା ସଦର ମହକୁମା ଠାରୁ ୪୦-୫୦ କିମି ଦୂରରେ ଏହି ଅବସ୍ଥା, ଆଭ୍ୟନ୍ତରୀଣ ଅଞ୍ଚଳରେ ପରିସ୍ଥିତି ଆହୁରି ଶୋଚନୀୟ । ଏହା କ'ଣ ଦୀର୍ଘ ୨୫ ବର୍ଷ ଶାସନର "ରୂପାନ୍ତରଣ"?
ସେହିପରି ବବି ଦାସ ସୋସିଆଲ ମିଡିଆରେ ଲେଖିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି । କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ । ଏହାଠାରୁ ବଡ଼ ବିଫଳତା ଆଉ କ'ଣ ହୋଇପାରେ? କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ। ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି। ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ ।
.@dpradhanbjp ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି। କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ'ଣ…
— Pranab Prakash Das (@pranabpdas) April 9, 2024












Click it and Unblock the Notifications