ଦେଶରେ ପୁଣି ମୋଦି ସରକାର ଆସିବା ଜରୁରୀ ବୋଲି କହିଲେ ଧର୍ମେନ୍ଦ୍ର, ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ଟାର୍ଗେଟ
ଆଉ କେଇଟା ମାସ ପରେ ୨୦୨୪ ନିର୍ବାଚନ । ସେଥିପାଇଁ ଉଭୟ ବିଜେପି ଓ ବିଜେଡ଼ି ପୁରା ଦମରେ । ଆଉ ଏହାରି ଭିତରେ ପୁଣି ଥରେ ମୋଦି ସରକାର ଆସିବା ଦରକାର କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୦ ବର୍ଷ ଧରି ସ୍ଥିର ସରକାର ଥିବାରୁ ଦେଶର ବିକାଶ ଆଗକୁ ବଢିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ବେରୋଜଗାର କମିଛ ବୋଲି ସେ କହିଛନ୍ତି। କୃଷକଙ୍କ ଆୟ ଓ ମହିଳାଙ୍କ ସମ୍ମାନ ବଢିଛି । ଏହାକୁ ଆଗକୁ ବଢାଇବାକୁ ହେଲେ ପୁଣି ମୋଦି ସରକାର ଆସିବା ନିହାତି ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ନିଜ ନିଜ ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ ସେ କହିଛନ୍ତି । ପୁଣି ଥରେ ମୋଦି ସରକାର ଆସିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସନୀୟତା ୮୦ ପ୍ରତିଶତ ଅଧିକ ଅଛି ବୋଲି ସେ କହିଛନ୍ତି । ମୋଦି ତତ୍ତ୍ୱ, ମୋଦି ପ୍ରଣାଳୀ, ମୋଦି କାର୍ଯ୍ୟ ପଦ୍ଧତି ପ୍ରଭାବ ପକାଇଛି । ନିଶ୍ଚିତ ଭାବେ ୫୦ ପ୍ରତିଶତରୁ ଅଧିକ ଭୋଟ ଦେଶବାସୀ ମୋଦିଙ୍କୁ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ଆଗକୁ ବଢ଼ାଇବାକୁ ହେଲେ ପୁଣି ମୋଦି ସରକାର ଆସିବା ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ବିଧାୟକଙ୍କ ଦିଲ୍ଲୀ ଗସ୍ତ ପ୍ରସଙ୍ଗରେ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୨୪ରେ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ୧ କୋଟି ପରିବାର ପାଖରେ ପହଞ୍ଚିବା ଲକ୍ଷ୍ୟ ରହିଛି ।
ବୁଥ୍ ଓ ୱାର୍ଡସ୍ତରର କର୍ମୀ ଘରଘର ବୁଲି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବେ ବୋଲି ସେ କହିଛନ୍ତି । ବିଧାୟକମାନେ ୧ ହଜାରରୁ ୨ ହଜାର ଘରକୁ ଯିବେ । ସାଂସଦମାନେ ୪ ହଜାରରୁ ୫ ହଜାର ଘରକୁ ଯିବେ ବୋଲି ସେ କହିଛନ୍ତି । ନିଶ୍ଚିତ ଭାବେ ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି କାମ କରିବ ବୋଲି ଜୟ ନାରାୟଣ କହିଛନ୍ତି।












Click it and Unblock the Notifications