ଏଥର ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର, ନିଜେ ଦେଲେ ସୂଚନା
ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚାପ୍ଟରର କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର: ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚାପ୍ଟରର କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମି ନିର୍ବାଚନରେ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଏଥର ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ଦଳକୁ ଅନୁରୋଧ କରିଛନ୍ତି ।

ତେବେ ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଜଣେ ଦକ୍ଷ ନେତା। ଏମିତି କି ଓଡ଼ିଶାର ବିକାଶ ପାଇଁ ତାଙ୍କର ଅନେକ ଯୋଗଦାନ ରହିଛି। ନିର୍ବାଚନ ଗଣତନ୍ତ୍ରର ଏକ ପ୍ରକ୍ରିୟା। ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିଲେ ରାଜ୍ୟ ବିଜେପି ପାଇଁ ନିଶ୍ଚିତ ଭାବରେ ଫାଇଦା ହେବ ।
ତେବେ ବିଧାନସଭା କି ଲୋକସଭା ପାଇଁ ଲଢ଼ିବେ ସେ ନେଇ ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ଅର୍ଥାତ ବିଧାନସଭାରୁ କି ଲୋକସଭା ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରି ନାହାଁନ୍ତି । ଏଥିସହ ଆଗାମୀ ନିର୍ବାଚନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ପ୍ରଶ୍ନର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଏହାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି ।












Click it and Unblock the Notifications