ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ଦେଶ ଭାବରେ ପରିଣତ କରିବା ପାଇଁ ସଂକଳ୍ପ ନେବା - ଧର୍ମେନ୍ଦ୍ର ପ୍ରଧାନ

କୋଲକାତା / ଭୁବନେଶ୍ୱର : କୋଲକାତା ସ୍ଥିତ ଶ୍ରୀ ଅରବିନ୍ଦଙ୍କ ଜନ୍ମ ସ୍ଥାନ ଅରବିନ୍ଦ ଭବନରୁ 'ମୋ ମାଟି ମୋ ଦେଶ' ଅଭିଯାନରେ ସାମିଲ ହୋଇ ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ମୋ ମାଟି ମୋ ଦେଶ ଅଭିଯାନ ଏବେ ଦେଶରେ ଜନଆନ୍ଦୋଳନର ରୂପ ନେଇସାରିଛି ଏବଂ ଦେଶର କୋଟି କୋଟି ଲୋକ ଏଥିରେ ସାମିଲ ହେଉଛନ୍ତି I ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ଦେଶ ଭାବରେ ପରିଣତ କରିବା ପାଇଁ ସଂକଳ୍ପ ନେବା ବୋଲି କହିଛନ୍ତି ଶ୍ରୀ ପ୍ରଧାନ I

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଶ୍ରୀ ଅରବିନ୍ଦଙ୍କ ବିଚାର, ଆଦର୍ଶ ଓ ଅବଦାନ ଭାରତର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉପନିବେଶବାଦ ମାନସିକତାରୁ ମୁକ୍ତି କରାଇବାରେ ଶ୍ରୀ ଅରବିନ୍ଦ ଥିଲେ ପ୍ରମୁଖ ବିନ୍ଧାଣି I 'ଶ୍ରେଷ୍ଠ ଭାରତ' ପାଇଁ ତାଙ୍କର ଦୃଷ୍ଟିକୋଣ ସର୍ବଦା ଆମକୁ ମାର୍ଗଦର୍ଶନ ପ୍ରଦାନ କରିବ । ମୋ ମାଟି ମୋ ଦେଶ ଅଭିଯାନରେ କୋଲକାତା ସ୍ଥିତ ଶ୍ରୀ ଅରବିନ୍ଦଙ୍କ ଜନ୍ମସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରି ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ I

dharmendra_pradhan

ଜାତୀୟ ଶିକ୍ଷା ନୀତି ଶ୍ରୀ ଅରବିନ୍ଦଙ୍କ ପ୍ରକୃତ ଶିକ୍ଷା ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇରହିଛି, ଯାହା ଦ୍ୱାରା ଶିଶୁର ସାମଗ୍ରିକ ବିକାଶ ପାଇଁ ଏକ ଉତ୍ତମ ପରିବେଶ ପ୍ରଦାନ କରେ । ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ଦେଶ ଭାବରେ ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ 'ପଞ୍ଚ ପ୍ରଣ' (ପାଞ୍ଚଟି ସଂକଳ୍ପ )କୁ ମନ୍ତ୍ରୀ ଦୋହରାଇଥିଲେ।

କେନ୍ଦ୍ରମନ୍ତ୍ରୀ ଶପଥ କରାଇଥିଲେ କି '୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା' ,'ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା, ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା', 'ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା' ତଥା 'ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା' ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସଂଗୃହୀତ ମାଟି ଦିଲ୍ଲୀରେ ସ୍ଥାପନା ହେବାକୁ ଥିବା ଅମୃତବାଟିକାର ଏକ ଅଂଶ ହେବ । ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଜନସମ୍ପର୍କ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ I

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+