ଗୁଜୁରାଟ ସୁରତରେ ନିର୍ବାଚନ ପ୍ରଚାର ସହ ଓଡ଼ିଆ ସମୁଦାୟଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ଗୁଜୁରାଟ ସୁରତରେ ନିର୍ବାଚନ ପ୍ରଚାର କଲେ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ଓଡ଼ିଆ ସମୁଦାୟଙ୍କୁ ମଧ୍ୟ ଭେଟିଛନ୍ତି।
ସୁରତ: ଗୁଜୁରାଟ ସୁରତର ଅର୍ଥନୀତିକୁ ମଜଭୂତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁରତର ଅର୍ଥନୀତିକୁ ଆଗକୁ ନେବାରେ ଓଡ଼ିଆ ଲୋକଙ୍କ ଅଭୂତପୂର୍ବ ଯୋଗଦାନ ରହିଛି । ବିଶେଷ ଭାବରେ ଟେକ୍ସଟାଇଲ ଓ ହୀରା ଶିଳ୍ପ ସମେତ ବିଭିନ୍ନ କାରଖାନାରେ କେନ୍ଦ୍ରାପଡା, କଳାହାଣ୍ଡି, ବଲାଙ୍ଗୀର, ଜଗତସିଂହପୁର ସମେତ ବିଭିନ୍ନ ସ୍ଥାନର ଲୋକମାନେ କାର୍ଯ୍ୟ କରୁଛନ୍ତି । ଓଡିଶା ସମେତ ଅନ୍ୟ ଲୋକଙ୍କ ପରିଶ୍ରମ କାରଣରୁ ସୁରତ ବିଶ୍ୱର ଏକ ସୁନ୍ଦର ସ୍ଥାନ ହେବା ସହ ବ୍ୟବସାୟର କେନ୍ଦ୍ରବିନ୍ଦୁ ହୋଇଛି । ସୁରତରେ କାମ କରୁଥିବା ଲୋକମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ବିଶ୍ୱାସ ଅତୁଟ ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି । ବିଜେପିକୁ ଜିତାଇବା ପାଇଁ ପ୍ରଧାନ ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କରିଥିଲେ ।

ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସୌଭାଗ୍ୟ ଯୋଜନାରେ ବିଜୁଳି, ଜଳ ଜୀବନ ମିଶନରେ ପ୍ରତି ଘରକୁ ଟ୍ୟାପ ଯୋଗେ ପାଣି ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ କାରଣରୁ ସମ୍ଭବ ହୋଇଛି । ସଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ମୋଦି ସରକାରର ସର୍ବୋଚ୍ଚ ପ୍ରାଥମିକତା ହୋଇଛି । ଆୟୁଷ୍ମାନ ଯୋଜନାରେ ଦେଶର କୋଟି କୋଟି ଲୋକମାନେ ଚିକିତ୍ସା ସେବାର ଲାଭ ପାଉଛନ୍ତି । ଜନଔଷଧୀ ଯୋଜନା ଯୋଜନାରେ ଗରିବ ଲୋକଙ୍କ ପାଇଁ ଔଷଧର ବ୍ୟବସ୍ଥା କରାଯାଇଛି ।
କରୋନା ମହାମାରୀର ସଙ୍କଟ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇନାହିଁ । ପୋଲିଓ ଟିକା ଭାରତୀୟ ପିଲାମାନଙ୍କୁ ଲଗାଇବା ପାଇଁ ପ୍ରାୟ ୩୦ ବର୍ଷ ଲାଗିଥିଲା । ମାତ୍ର ମୋଦି ସରକାରର ବଳିଷ୍ଠ ପଦକ୍ଷେପ କାରଣରୁ ଦୁଇ ବର୍ଷରେ ପ୍ରାୟ ୨୫୦ କୋଟି ଟିକା ଦେଶବାସୀଙ୍କୁ ଦିଆଯାଇସରିଛି । ଅପରପକ୍ଷରେ ଦେଶକୁ ଲମ୍ବା ସମୟ ଧରି ଶାସନ କରିଥିବା ଦଳ ଏବଂ ଆପ୍ ଭ୍ରଷ୍ଟାଚାରରେ ଲିପ୍ତ ହୋଇଛି । ନର୍ମଦାର ପାଣି ଗୁଜୁରାଟକୁ ନଆସିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଲୋକମାନଙ୍କୁ ଚିହ୍ନିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପ୍ରଚାର କରିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସୁରତ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ପ୍ରବାସୀ ଓଡିଆଙ୍କ ସହ ରାତ୍ରୀଭୋଜନ କରିଥିଲେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications