ଆଉ ସହିବୁ ନାହିଁ, ବଦଳାଇକି ହିଁ ରହିବୁ, ଏହା ଛତିଶଗଡ଼ବାସୀଙ୍କ ମନର କଥା- ଧର୍ମେନ୍ଦ୍ର ପ୍ରଧାନ
ରାୟଗଡ଼: "ଆଉ ସହିବୁ ନାହିଁ, ବଦଳାଇ କି ହିଁ ରହିବୁ" । ଆଜି ଏହା ଛତିଶଗଡର ଜନତାଙ୍କ ନାରା ହୋଇଛି ବୋଲି ସୋମବାର ଛତିଶଗଡ଼ ନିର୍ବାଚନ ପ୍ରଚାରରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ରାୟଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟ ବିଶ୍ୱାସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ 'ଜୟ ଜଗନ୍ନାଥ' ପଦଧ୍ୱନୀରେ ନିର୍ବାଚନୀ ସଭା ପ୍ରକମ୍ପିତ ହୋଇଥିଲା । ଶ୍ରୀ ପ୍ରଧାନ ସାଧାରଣ ସଭାରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମଏଫ ପାଣ୍ଠି ତିଆରି କରି ରାୟଗଡର ବଞ୍ଚିତ, ଅବହେଳିତଙ୍କ ସମେତ ସମସ୍ତଙ୍କର ବିକାଶ କରିବାର ଯୋଜନା କରିଛନ୍ତି ।
ମାତ୍ର ଏଠାରେ ମୋଦି ପଠାଉଥିବା ପାଣ୍ଠିର ଦୁରୂପଯୋଗ କରି ଛତିଶଗଡର ଅନେକ ଅଧିକାରୀ ଜେଲ୍ ଯାଉଛନ୍ତି । ଏଠାକାର କଂଗ୍ରେସର ସରକାର ଭ୍ରଷ୍ଟ ସରକାର । କଂଗ୍ରେସ ସରକାରରେ ଗରିବ, ଚାଷୀ, ମହିଳା, ବଞ୍ଚିତ, ଯୁବବର୍ଗମାନେ ସମସ୍ୟା ଘେରରେ ଅଛନ୍ତି । ଚଳିତ ନିର୍ବାଚନରେ ଲୋକମାନେ ଏହାର ନିଷ୍ପତି ନେବେ । ଏଥର ବିଜେପିର ବିଜୟ ସୁନିଶ୍ଚିତ । ବିଜେପି ସରକାର ହେବା ପରେ ଛତିଶଗଡର ସହୁ ଗରିବଙ୍କ ପାଇଁ ପିଏମ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ।

ରାୟଗଡ଼, ଧର୍ମଜୟଗଡ଼, ଲେଲୁଙ୍ଗା ଏବଂ ଖରସିଆରେ ଉତ୍ସାହର ସହ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଠାରେ ବହୁତ ଓଡ଼ିଆ ଭାଷାଭାଷୀ ଲୋକମାନେ ବସବାସ କରୁଛନ୍ତି । ଓଡ଼ିଶାର ହଜାର ହଜାର କାର୍ଯ୍ୟକର୍ତ୍ତାମାନେ ଏଠାରେ ଆସି ନିର୍ବାଚନ ପ୍ରଚାର କରୁଛନ୍ତି । ଛତିଶଗଡ ଜନତା ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ମୋଦିଙ୍କ ମଡେଲକୁ ବିଶ୍ୱ ଅନୁସରଣ କରୁଛି । ଗରିବ କଲ୍ୟାଣ ଯୋଜନାରେ ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ମୋଦି ସରକାର ସୁନିଶ୍ଚିତ କରିଛନ୍ତି । ମୋଦିଙ୍କ ବିକାଶ ନେତୃତ୍ୱରେ ଏଠାରେ ସାମଗ୍ରିକ ବିକାଶ ହେବ । ଡବଲ ଇଞ୍ଜିନ ସରକାର ଲାଗିବ । ରାୟଗଡା ବିକାଶର ପେଣ୍ଠସ୍ଥଳୀ । ରାୟଗଡ ଭଳି ଜନଜାତି ଅଧ୍ୟୁଷିତ ଓ ଚାଷୀ ପ୍ରାଧାନ୍ୟ ଅଞ୍ଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର । ମୋଦିଙ୍କ ହାତମୁଠାକୁ ଟାଣ କରି ଛତିଶଗଡରେ ଡବଲ ଇଞ୍ଜିନ ସରକାର ଆଣିବା ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ଶ୍ରୀ ପ୍ରଧାନ ରାୟଗଡ଼ ଜିଲ୍ଲା ଡୁମରମୁଣ୍ଡା ଠାରେ କୁଲତା ସମାଜର ଶାଖା ସଭାରେ ମଧ୍ୟ ଯୋଗଦେଇଥିଲେ । ସେ କହିଥିଲେ ମା' ରଣେଶ୍ୱର ରାମଚଣ୍ଡୀଙ୍କ ପବିତ୍ର ପୀଠସ୍ଥଳୀ, ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ମାଟି ଓ ସ୍ୱତନ୍ତ୍ରତା ସଂଗ୍ରାମୀ ସ୍ୱର୍ଗତ କେଶବ ଚନ୍ଦ୍ର ଶାହଙ୍କ କର୍ମଭୂମିକୁ ମୋର ପ୍ରଣାମ । କୁଲତା ସମାଜ ଭାଇଚାରାକୁ ବ୍ୟାପକ କରିବାର ଶିକ୍ଷା ଦେଇଛି । ମୋଦି ସରକାରରେ କୁଲତା ସମାଜ ପରି ଓବିସି ବର୍ଗଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖିଥିବା କୁଲତା ସମାଜ ବିଜେପିକୁ ଆଶୀର୍ବାଦ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications