ବିଜେଡି ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ: କହିଲେ, ଅନ୍ୟ ରାଜନୈତିକ ଦଳ ବି ଏଭଳି ନିଷ୍ପତ୍ତି ନେବା ଦରକାର
ଭୁବନେଶ୍ୱର: ସଂସଦ ଭବନ ଉତ୍ସବରେ ବିଜେଡି ଯୋଗ ଦେବା ନିଷ୍ପତ୍ତି ପ୍ରସଙ୍ଗ । ନିଷ୍ପତ୍ତିକୁ ସ୍ୱଗତଯୋଗ୍ୟ ପଦକ୍ଷେପ କହିଲେ ଧର୍ମେନ୍ଦ୍ର ପ୍ରଧାନ ।
ସ୍ୱାଧିନତା ପାଇଁ ସମସ୍ତେ ଲଢିଥିଲେ କିନ୍ତୁ ଏହାର କୌଣସି ଦଳ ନୁହେଁ । ଗଣତନ୍ତ୍ରରେ ବିଶ୍ୱାସ ରଖିଥିବା ଶକ୍ତିମାନେ ଆସିବା ଦରକାର । ବିଜେଡିର ନିଷ୍ପତ୍ତି ଭଲ ନିଷ୍ପତ୍ତି ଆଉ ଏହା ପୂରାପୁରି ଭାବେ ସ୍ୱାଗତଯୋଗ୍ୟ । ଅନ୍ୟ ରାଜନୈତିକ ଦଳ ମଧ୍ୟ ଏଭଳି ଭାବରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସୂଚନାଥାଉ କି, ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଛନ୍ତି । ହେଲେ ଓଡ଼ିଶାର ଶାସକ ଦଳ ବିଜୁ ଜନତା ଦଳର ସାଂସଦ ଏହି ଉଦଘାଟନ ଉତ୍ସବରେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ସାଂସଦ ସସ୍ମିତ ପାତ୍ର।
ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ ଯେ, ଭାରତୀୟ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ଭାରତର ରାଷ୍ଟ୍ରପତି। ସେହିପରି ସଂସଦ ଭବନ ଭାରତର ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରେ। ଏହି ଦୁଇ ସଂସ୍ଥା ହେଉଛି ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତୀୟ ସମ୍ବିଧାନ ଦ୍ୱାରା ଉଭୟ ଅଧିକାରପ୍ରାପ୍ତ । ଉଭୟ ସଂସ୍ଥାର ଅଧିକାର ଓ ଗାରିମା ସର୍ବଦା ସୁରକ୍ଷିତ ରହିବା ଉଚିତ୍। ଏହି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଯେକୌଣସି ପ୍ରସଙ୍ଗରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍ ଯାହାକି ଏହାର ପବିତ୍ରତା ଓ ସମ୍ମାନକୁ ପ୍ରଭାବିତ କରୁଥିବ ବୋଲି ବିଜେଡି ବିଶ୍ୱାସ କରେ ।
ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା କରାଇବା ଦାବିରେ କଂଗ୍ରେସ ନେତୃତ୍ୱରେ ୧୯ଟି ଦଳ ଗତକାଲି ମିଳିତ ଭାବେ ଆସନ୍ତା ୨୮ତାରିଖରେ ହେବାକୁ ଥିବା ଉଦଘାଟନ ସମାରୋହକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି।












Click it and Unblock the Notifications