କୁଚକ୍ରୀଙ୍କ ପାଇଁ ଗତଥର ହାରିଥିଲି, ଏଥର ଜିତିବି: ରାଜୁ ଦାସ
ଧାମନଗର ଉପନିର୍ବାଚନରେ ନୂଆ ରୋଚକ ମୋଡ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜୁ ଦାସ । ଉପନିର୍ବାଚନ ପାଇଁ ବିଜେଡିର ପ୍ରମୁଖ ପ୍ରାର୍ଥୀ ଥିଲେ ରାଜୁ ଦାସ ।
ଭଦ୍ରକ: ଧାମନଗର ଉପନିର୍ବାଚନରେ ନୂଆ ରୋଚକ ମୋଡ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜୁ ଦାସ । ଉପନିର୍ବାଚନ ପାଇଁ ବିଜେଡିର ପ୍ରମୁଖ ପ୍ରାର୍ଥୀ ଥିଲେ ରାଜୁ ଦାସ । ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହେବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ରାଜୁ । ତେବେ
ଦଳୟୀ ଟିକେଟ୍ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିଛନ୍ତି ରାଜେନ୍ଦ୍ର ଦାସ ବା ରାଜୁ ଦାସ ।

ତେବେ ନାମାଙ୍କନ ଦାଖଲ ପୂର୍ବରୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି । ୨୦୧୯ ନିର୍ବାଚନ ଅଳ୍ପ ବ୍ୟବଧାନରେ ହାରିଥିଲି । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ସେତେବେଳେ ନିର୍ବାଚନ ହାରିଥିଲି । ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି । ଧାମନଗର ବାସୀଙ୍କ ସ୍ନେହ ଓ ଭଲ ପାଇବା ବୃଥା ଯିବନି । ଧାମନଗର ବାସୀଙ୍କ ସହ ମୁଁ ଆଲୋଚନା କରିଛି । ତାଙ୍କ ଆଶୀର୍ବାଦ ନେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ନିସ୍ପତ୍ତି ନେଇଛି ବୋଲି ରାଜୁ କହିଛନ୍ତି ।
ଅନ୍ୟପଟେ ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ ନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ବିଜୁ ଜନତା ବୃହତ୍ତ ଦଳ। ଏପରି କିଏ ଗୋଟିଏ ଦଳରୁ ବାହାରିଲେ ଗଲେ ଫରକ ପଡ଼ିବନି। ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦିଅନ୍ତି, ଆମେ ତାହା ମାନି ଚଳୁ। ବିଜେଡି ଅଧିକ ଭୋଟରେ ଧାମନଗର ନିର୍ବାଚନ ଜିତିବ।
ତେବେ ଆଜି ବିରାଟ ଶୋଭାଯାତ୍ରରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ମଧ୍ୟ ନିଜର ନାମାଙ୍କନ ଦାଖଲ କରିବେ। ଧାମନଗନର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ବିଜେପି ପକ୍ଷରୁ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ହୋଇଛନ୍ତି ।












Click it and Unblock the Notifications