ଧାମନଗର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପାରନ୍ତି ଅସନ୍ତୁଷ୍ଟ ବିଜେଡି଼ ପ୍ରାର୍ଥୀ ରାଜୁ ଦାସ
ଧାମନଗର ରାଜନୀତିରେ ଆସିଛି ରୋଚକ ମୋଡ । ଉପ ନିର୍ବାଚନ ପାଇଁ ବିଜେଡିର ପ୍ରମୁଖ ପ୍ରାର୍ଥୀ କୁହାଯାଉଥିବା ରାଜୁ ଦାସ ପ୍ରାର୍ଥୀ ଚୟନ ନେଇ ଅସନଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଆଉ ଯାହାକୁ ସତ ସାବ୍ୟସ୍ତ କରିଛନ୍ତି ରାଜୁ ଦାସ ।
ଭଦ୍ରକ: ଉପ ନିର୍ବାଚନ ପାଇଁ ସରଗରମ ହେଲାଣି ଧାମନଗର ମୈଦାନ । ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କରି ସାରିଥିବା ବେଳେ ଆସନ୍ତାକାଲି ନାମଙ୍କନ ଦାଖଲର ଶେଷ ତାରିଖ । ତେବେ ଇତି ମଧ୍ୟରେ ଧାମନଗର ରାଜନୀତିରେ ଆସିଛି ରୋଚକ ମୋଡ । ଉପ ନିର୍ବାଚନ ପାଇଁ ବିଜେଡିର ପ୍ରମୁଖ ପ୍ରାର୍ଥୀ କୁହାଯାଉଥିବା ରାଜୁ ଦାସ ପ୍ରାର୍ଥୀ ଚୟନ ନେଇ ଅସନଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଆଉ ଯାହାକୁ ସତ ସାବ୍ୟସ୍ତ କରିଛନ୍ତି ରାଜୁ ଦାସ ।

ଦଳୟୀ ଟିକେଟ୍ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପାରନ୍ତି ରାଜେନ୍ଦ୍ର ଦାସ। ଏନେଇ ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରାଜୁ । ବିଜେଡି ଗତକାଲି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସକୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ସେହି ସମୟରେ ରାଜୁଙ୍କୁ ବିଜେଡିର ପ୍ରମୁଖ ପ୍ରାର୍ଥୀ ଭାବେ ଗଣନା କରାଯାଉଥିଲା । କିନ୍ତୁ ଦଳ ସରପ୍ରାଇଜ କରି ଅବନ୍ତିଙ୍କୁ ଟିକେଟ ଦେଇଥିଲା । ନିଜେ ରାଜୁ ମଧ୍ୟ କହିଥିଲେ ଅବନ୍ତି ମୋ ସମ୍ପର୍କୀୟ ମୁଁ ତାଙ୍କୁ ଜିତାଇବା ପାଇଁ ସମସ୍ତ ଉଦ୍ୟମ କରିବି । ତେବେ ବର୍ତ୍ତମାନ ରାଜୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଉପ-ନିର୍ବାଚନ ପାଇଁ ସେ ଦଳୀୟ ରାଜ୍ୟ ସ୍ତରୀୟ ନେତାଙ୍କ ସହ ଗତ କିଛି ଦିନ ଧରି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସମସ୍ତ ରାଜନୈତିକ ପରିବେଶ ତାଙ୍କ ସପକ୍ଷରେ ଥିଲା। ହେଲେ ହଠାତ ତାଙ୍କର ଅତ୍ୟନ୍ତ ପାଖ ସହଯୋଗୀ ତିହିଡି ବ୍ଲକର ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ଟିକେଟ ଦିଆଗଲା। ଯାହାକୁ ନେଇ ଦଳୀୟ କର୍ମୀ ଓ ସହଯୋଗୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତେବେ ଏସବୁ ଭିତରେ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଚିଠିଟି ଧାମନଗର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଲେଖାହୋଇଛି । ଚିଠିକୁ ରାଜେନ୍ଦ୍ର କୁମାର ଦାସ ଓରଫ ରାଜୁ ଦାସ ଲେଖିଥିବା ଏଥିରେ ଉଲ୍ଲେଖ ହୋଇଛି । ତେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ଯେ, ରାଜୁ ଦାସ ହିଁ ଏହି ଚିଠି ଲେଖିଛନ୍ତି । ଅଭିଯୋଗ ଭରା ଏହି ଚିଠିରେ ଲେଖାଯାଇଛି ।
ସେପଟେ ରାଜେନ୍ଦ୍ର ଦାସଙ୍କୁ ମନାଇବା ଲାଗି ରାଜେନ୍ଦ୍ରଙ୍କ ରାଣୀତାଲ ଘରେ ବିଜେଡିର ୪ ବିଧାୟକ ପହଞ୍ଚିଥିବା ସୂଚନା ମିଳିଛି । ରାଜେନ୍ଦ୍ରଙ୍କୁ ବୁଝାସୁଝା କରି ନାମାଙ୍କନରୁ ନିବୃତ ରଖିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି ।
ଉଲ୍ଲେଖଥାଉ କି, ଧାମନଗର ଉପନିର୍ବାଚନ ପାଇଁ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ଦାସଙ୍କୁ ପ୍ରାର୍ଥୀ କରିଛି ।












Click it and Unblock the Notifications