ଧାମନଗର ଉପନିର୍ବାଚନ: ଭର୍ଚୁଆଲ ମାଧ୍ୟମରେ ପ୍ରଚାର ମୈଦନକୁ ଓହ୍ଲାଇଲେ ନବୀନ
ଧାମନଗର ପାଇଁ ଭର୍ଚୁଆଲରେ ପ୍ରଚାର କଲେ ବିଜେଡି଼ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ଅବନ୍ତି ଦାସ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଧାମନଗର ପାଇଁ ଭର୍ଚୁଆଲରେ ପ୍ରଚାର କଲେ ବିଜେଡି଼ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ଅବନ୍ତି ଦାସ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଧାମନଗର ବିକାଶ ଦାୟିତ୍ୱ ମୋର ବୋଲି ଭୋଟରଙ୍କୁ କହିଲେ ନବୀନ । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ବାକି ରହିଛି । ଏହି ୧୮ ମାସରେ ଆମେ ୫ ବର୍ଷର କାମ କରିପାରିବା । ଧାମନଗର ଅଞ୍ଚଳର ବିକାଶ ନେଇ ମୁଁ ନିଜେ ଏହାକୁ ଦେଖିବି । ଧାମନଗର ଅଞ୍ଚଳର ବିକାଶ ଦାୟିତ୍ୱ ମୋର, ଧାମନଗର ଆଗକୁ ବଢ଼ିବ ବୋଲି କହିଲେ ନବୀନ । ତେବେ ଧାମନଗର ତିହିଡିର ୬ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ସିଧା ପ୍ରସାରଣ କରାଯାଇଥିଲା ।
ସେପଟେ ଆସନ୍ତାକାଲି ପ୍ରଚାରର ଶେଷ ଦିନର ଧୁସୁରିର ବାସନ୍ତି ପଡିଆରେ ଜନସଭାକୁ ସମ୍ବୋଧିତ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ସଭାକରି ବିଜେଡ଼ି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ପ୍ରଚାର କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରଚାରକୁ ଆସନ୍ତାକାଲି କାଉଣ୍ଟର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।












Click it and Unblock the Notifications