Get Updates
Get notified of breaking news, exclusive insights, and must-see stories!

ଧାମନଗର ଉପନିର୍ବାଚନ: ୩୧ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ

ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଥିବା ବେଳେ ଆସନ୍ତା ୩୧ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଥିବା ବେଳେ ଆସନ୍ତା ୩୧ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୬ଟି ଜୋନ୍‌ରେ ସମାବେଶ କରାଯିବ । ସବୁ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।

ODISHA cm

ଧାମନଗର ଆସନ ହାତେଇବାକୁ ବିଜେଡି ନିଜର ସବୁ କଳବଳ କୌଶଳ ଲଗାଇବା ସତ୍ତ୍ୱେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଜିତିବାକୁ ନେଇ ଅନିଶ୍ଚିତତା ଲାଗିଛି । ତେଣୁ ପ୍ରଚାରକୁ ଆହୁରୀ ମଜବୁତ୍ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇ ବାଜିକୁ ନିଜ ସପକ୍ଷରେ ଢଳାଇବାକୁ ଚେଷ୍ଟା କରିବେ ।

ସେପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଘର ଘର ବୁଲି ପ୍ରଚାର କରିଛନ୍ତି। ବିଜେପିର ହେଭିୱେଟମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । କାଲି ସୁରଜଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାଲି ଓ ୨୭ ଦୁଇ ଦିନିଆ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି କଂଗ୍ରେସର ହେଭିୱେଟ୍‌ ମଧ୍ୟ ପ୍ରଚାରରେ ସାମିଲ ହେବାକୁ ଯାଉଛନ୍ତି। ବୈଠକ ସହ ଘରକୁ ଘର ବୁଲି ପ୍ରଚାର ଉପରେ ଦଳ ଗୁରୁତ୍ୱ ଦେଉଛି ।

ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୩ ତାରିଖରେ ହେବାକୁ ଥିବା ମତଦାନ ନିମନ୍ତେ ୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+