ଆସନ୍ତା କାଲି ଧାମନଗର ଭୋଟ୍ ଗଣତି: ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି, ସୂଚନା ଦେଲେ ସିଇଓ
ଆସନ୍ତା କାଲି ଧାମନଗର ଭୋଟ୍ ଗଣତି: ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି, ସୂଚନା ଦେଲେ ସିଇଓ
ଭଦ୍ରକ: ଆସନ୍ତା କାଲି ଧାମନଗର ଭୋଟ୍ ଗଣତି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି । ଏହା ପରେ ୮ ଟା ୩୦ରୁ ଇଭିଏମ ଗଣତି ଆରମ୍ଭ ହେବ । EVM ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି ସେହିପରି ୧୮ ରାଉଣ୍ତ ଗଣତି ହେବ । ପରେ ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ । ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡି କରାଯାଇଛି ଗଣତି ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୋଲିସ ନିୟୋଜିତ ହୋଇଛନ୍ତି । ପ୍ରତ୍ୟକ ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜରଭର ରହିବେ । ଏନେଇ ସୂଚନା ଦେଲେ ସିଇଓ ସୁଶିଲ୍ ଲୋହାନୀଙ୍କ ।

କଡ଼ା ସୁରକ୍ଷା ଭିତରେ ରଖାଯାଇଛି EVM । କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ୨୨୫ଟି ବୁଥ୍ ରେ ମତଦାନ ହୋଇଥିବା ବେଳେ ୧୪ଟି ଟେବୁଲ, ୧୮ ରାଉଣ୍ତରେ ଗଣତି ହେବ । ଏଥର ୬୮.୯୮ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ଆସିବାର ସମ୍ଭାବନା ରହିଛି । ସେପଟେ ଧାମନଗର ଭୋଟ୍ ଗଣତି ପୂର୍ବରୁ ଦେଖାଦେଇଥିବା ହିଂସାକୁ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।












Click it and Unblock the Notifications