ଧାମନଗର ଉପନିର୍ବାଚନ: ମୈଦାନରେ ୫ ପ୍ରାର୍ଥୀ, ରାଜେନ୍ଦ୍ରଙ୍କୁ ମିଳିଲା ଚିହ୍ନ ‘ଭାସମାନ ଡଙ୍ଗା

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ଶେଷ ହୋଇଛି । ନିର୍ବାଚନ ପାଇଁ ମୈଦାନରେ ୫ ପ୍ରାର୍ଥୀ । ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହୋଇଛି ।

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ଶେଷ ହୋଇଛି । ନିର୍ବାଚନ ପାଇଁ ମୈଦାନରେ ୫ ପ୍ରାର୍ଥୀ । ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହୋଇଛି ।

Dhamnagar bypoll

ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ରହିଛନ୍ତି । ପବିତ୍ରଙ୍କୁ ନିର୍ବାଚନୀ ଚିହ୍ନ ଭାବେ 'ଶୀତତାପ ନିୟନ୍ତ୍ରିତ ଯନ୍ତ୍ର' ପ୍ରଦାନ କରାଯାଇଛି ଓ ଅନ୍ୟ ୩ଜଣ ଦଳୀୟ ପ୍ରାର୍ଥୀ ନିଜ ନିଜର ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କାଏମ ରହିବା ସହ ତାଙ୍କୁ 'ଭାସମାନ ଡଙ୍ଗା ସହ ନାବିକ ଓ କାତ' ଚିହ୍ନ ମିଳିଛି ।

ନଭେମ୍ବର ୩ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ତେଣୁ ଭୋଟରଙ୍କ ଭରସା କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

ଅନ୍ୟପକ୍ଷରେ ରାଜେନ୍ଦ୍ର ଦାସ ଆଜି ନିଜର ଅଭିନବ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ସେଥିରେ ମା'-ବାପା, ଗୁରୁଜନ, ବରିଷ୍ଠ, ଚାଚା,ଚାଚି, ଗରିବ ଓ ଖଟିଖିଆ, କୃଷକ ଭାଇ, ସାଧାରଣ ଜନତା ଓ ଭାଇ-ଭଉଣୀଙ୍କୁ ନିଜର ଷ୍ଟାର ପ୍ରଚାରକ ଭାବେ ଅଭିହିତ କରିବା ସହ ଏମାନେ ହିଁ ହର୍ତକର୍ତ୍ତା ଦଇବ ବିଧାତା ବୋଲି ଶ୍ରୀ ଦାସ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+