ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ, ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି
ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ
ଧାମନଗର: ଆସନ୍ତାକାଲି ଧାମନଗରରେ ହେବ ଭୋଟ୍ ଗଣତି । କଡ଼ା ସୁରକ୍ଷା ଭିତରେ ରଖାଯାଇଛି EVM । କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ୨୨୫ଟି ବୁଥ୍ ରେ ମତଦାନ ହୋଇଥିବା ବେଳେ ୧୪ଟି ଟେବୁଲ, ୧୮ ରାଉଣ୍ତରେ ଗଣତି ହେବ । ଏଥର ୬୮.୯୮ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ଆସିବାର ସମ୍ଭାବନା ରହିଛି ।

୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ ୭୨ ଦଶମିକ ୦୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ୬୮.୯୮ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି । ଅନ୍ୟପଟେ ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ ।
ସେପଟେ ଫଳାଫଳ ପ୍ରକାଶ ପାଇବାର ଗୋଟି ଦିନ ପୂର୍ବରୁ ଦେଖିବା ପାଇଁ ମିଳିଛି ରାଜନୈତିକ ହିଂସା । ଗତକାଲି ମିଳମ୍ବିତ ରାତିରେ ଭଦ୍ରକ ତିହିଡିର ଏ ପରିବାର ଉପରେ ଆକ୍ରମଣ ହୋଇଛି ଯେଉଁଥିରେ ଗୋଟିଏ ଗୋଷ୍ଠିର ୩୦ରୁ ଅଧିକ ଲୋକଙ୍କ ଉପରେ ଆକ୍ରମଣ ହୋଇଛି । ଏଥିରେ ବାପା, ଝିଅଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications