ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ; ବିଜେପି କହିଲା, ବିଜେଡିର ଏହା ସୁପରିକଳ୍ପିତ ଯୋଜନା

ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଭୁବନେଶ୍ୱର ଯାଉଥିବା ବେଳେ ଗିରଫ କରିଛି ଦେବଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍ ।

ଭୁବନେଶ୍ୱର: ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଭୁବନେଶ୍ୱର ଯାଉଥିବା ବେଳେ ଗିରଫ କରିଛି ଦେବଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ସମେତ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

Subhash Panigrahi

ସୂଚନାଥାଉ କି, ଦେବଗଡ ତିଲେଇବଣି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣି ବ୍ଲକ ଭାଲିଆଗୁଡି ଗାଁରେ ବିଧାୟକ ସୁବାଷ ପାଣିଗ୍ରାହୀ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ ବିଡିଓ ପୁଷ୍ପଚନ୍ଦ୍ର ଦଳପତି । ଏନେଇ ବିଡିଓ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଆଜି ବିଧାୟକଙ୍କୁ ଗିରଫ କରିଛି ପୋଲିସ ।

ଅନ୍ୟପଟେ ବିଧାୟକଙ୍କୁ ଗିରଫ କରିବା ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ରାଜ୍ୟ ବିଜେପି ମୁଖ୍ୟପାତ୍ର ଗୋଲକ ବିହାରୀ ମହାପାତ୍ର କହିଛନ୍ତି ଯେ, ବିଧାୟକଙ୍କୁ ଗିରଫ କରାଯିବା ପଛରେ ବିଜେଡିର ସୁପରିକଳ୍ପିତ ଯୋଜନା ରହିଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ମୁଖ୍ୟପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ବିଧାୟକ ଆଗ ଏଫ୍‌ଆଇଆର ଦେଲେ। ତା'ପରେ ବିଡିଓ ଏଫ୍‌ଆଇଆର ଦେଲେ। ବିଧାୟକଙ୍କ ଏଫ୍‌ଆଇଆର ପୋଲିସ୍ ପାଖାପାଖି ଅପରାହ୍ଣ ଅଢ଼େଇଟା ବେଳେ ଗ୍ରହଣ କଲା। ନିଶ୍ଚିତ ଭାବେ ତା'ର କିଛି ସମୟ ପରେ ବିଡିଓଙ୍କ ଏଫ୍‌ଆଇଆର ଗ୍ରହଣ କରିଥିବ। ତା' ହେଲେ ପୋଲିସ୍ କେତେବେଳେ ଘଟଣାର ତଦନ୍ତ କଲା ଓ ବିଧାୟକଙ୍କ ସଂପୃକ୍ତି ଅଛି ବୋଲି କିପରି ଜାଣିଲା। ଏଥିରୁ ଜଣାପଡ଼ୁଛି ବିଧାୟକଙ୍କୁ ଗିରଫ କରିବାକୁ ପୂର୍ବରୁ ଯୋଜନା ହୋଇଥିଲା।

ସୂଚନା ଅନୁସାରେ ତିଲେଇବଣି ବିଡିଓ, ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଯୁଗ୍ମ ତଦନ୍ତ ପାଇଁ ଯାଇଥିଲେ । ଏହି ସମୟରେ ବିଧାୟକ ତାଙ୍କ ସହଯୋଗୀଙ୍କ ସହ ସେଠାରେ ପହଂଚି ବିଡିଓଙ୍କୁ ଅତର୍କିତ ଆକ୍ରମଣ କରିଥିବା ବିଡିଓ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ବଳପୂର୍ବକ ଗାଡିରେ ଉଠାଇ ନେବାକୁ ପ୍ରୟାସ କରିଥିଲେ । ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ନେଉଥିବା ବେଳେ ପୁଣି ଆକ୍ରମଣ ଆଶଙ୍କା କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ବିଡିଓ ।

ଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ୍ ଦର୍ଶାଇଛି ବିଜେଡି। ଦଳର ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି, ଜଣେ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ନିନ୍ଦନୀୟ। ଆଇନ ଅନୁସାରେ ବିଧାୟକ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+